ଜଣେ ଡାକ୍ତର ଥିବା ଡାକ୍ତରଖାନାରେ ଫାର୍ମାସିଷ୍ଟ ଦେଇପାରିବେ ନିର୍ଦ୍ଦିଷ୍ଟ ଔଷଧ

Pharmacist Can Prescribed Certain Medicine Odisha

ଭୁବନେଶ୍ୱର: ଏଣିକି ଜଣେ ଡାକ୍ତର ଥିବା ଡାକ୍ତରଖାନାରେ ନିର୍ଦ୍ଦିଷ୍ଟ ଔଷଧ ଦେଇପାରିବେ ଫାର୍ମାସିଷ୍ଟ । ଏ ନେଇ ସରକାରୀ ନିୟମ ଲାଗୁ ହୋଇଛି । ଯେଉଁ ହସ୍ପିଟାଲରେ ଜଣେ ଡାକ୍ତର ଅଛନ୍ତି, ସେଠାରେ ବିଭିନ୍ନ ସମୟରେ ରୋଗୀଙ୍କୁ ଫାର୍ମାସିଷ୍ଟ ଔଷଧ ସୁପାରିସ୍ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାରୀ ନିୟମରେ ସଂଶୋଧନ କରାଯାଇଛି ।

 Pharmacist Can Prescribed Certain Medicine Odisha

ଫାର୍ମାସିଷ୍ଟମାନେ ୧୩ ପ୍ରକାର ରୋଗ ପାଇଁ ଔଷଧ ଦେଇପାରିବେ । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ଫାର୍ମାସିଷ୍ଟମାନେ କେଉଁ କେଉଁ ରୋଗର ଚିକିତ୍ସା କରିପାରିବେ ଓ କେଉଁ କେଉଁ ଔଷଧ ଦେଇପାରିବେ ତାହାର ଏକ ତାଲିକା ପ୍ରକାଶ ପାଇଛି । ଜର, ମାଲେରିଆ, ଛିଙ୍କ, କାଶ, ଚର୍ମ ରୋଗ, ଡାଇରିଆ, ଆଘାତ ଏବଂ ପୋଡାଜଳା, ଅଣ ସଂକ୍ରମଣ ଚିକିତ୍ସା ପାଇଁ ଔଷଧ ଦେଇପାରିବେ ଫାର୍ମାସିଷ୍ଟ ।

ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ବହୁ ପୂର୍ବରୁ ପଞ୍ଚବ୍ୟାଧି ଚିକିତ୍ସାରେ ଫାର୍ମାସିଷ୍ଟମାନଙ୍କୁ ଟ୍ରେନିଂ ଦିଆଯାଇଥିଲା । ଯେଉଁଠି ଡାକ୍ତର ନଥିଲେ, ସେଠାରେ ଔଷଧ ସୁପାରିସ୍ କରିବା ପାଇଁ ଫାର୍ମାସିଷ୍ଟଙ୍କୁ କୁହାଯାଇଥିଲା । ସେତେବେଳେ ଗୋଟିଏ ରୋଗ ପାଇଁ ଦୁଇଟି ଔଷଧ ଥିଲା, ଏବେ ତିନୋଟି ଔଷଧ ଆସିଛି । ଡ୍ରଗ କଣ୍ଟ୍ରୋଲରଙ୍କ ପରାମର୍ଶ ନେଇ ଏହି ସଂଖ୍ୟା ବଢ଼ାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ  ଡାକ୍ତର ବିଜୟ ମହାପାତ୍ର ।

Leave a Reply