ଫୋନ୍ ପେ’ରେ ରିଚାର୍ଜ କଲେ ଦେବାକୁ ପଡ଼ୁଛି ଅଧିକ ଟଙ୍କା

ନୂଆଦିଲ୍ଲୀ: ଏଣିକି ଘରେ ବସି ରିଚାର୍ଜ କଲେ ଦେବାକୁ ପଡ଼ିବ ଅଧିକ ଟଙ୍କା । ବହୁଳ ବ୍ୟବହୃତ ଇଲୋକଟ୍ରନିକ୍ସ ଓ୍ୱାଲେଟ୍ ଫୋନ୍ ପେ’ ମାଧ୍ୟମରେ ରିଚାର୍ଜ କଲେ ଦେବାକୁ ପଡ଼ୁଛି ଏକ୍ସଟ୍ରା ଚାର୍ଜ । ଦେଶରେ ପ୍ରଥମ ଥର ପାଇଁ ଏହି ଆପ୍ ୟୁପିଆଇ ବେସଡ୍ ଟ୍ରାଞ୍ଜେକସନ୍ ପାଇଁ ଫିସ୍ ନେବା ଆରମ୍ଭ କରିଦେଇଛି । ୫୦ ଟଙ୍କାରୁ ଅଧିକ ଟଙ୍କାର ରିଚାର୍ଜ କଲେ ଟ୍ରାଞ୍ଜାକସନ୍‌ର ପ୍ରୋସେସିଂ ଫି’ ଦେବାକୁ ପଡ଼ୁଛି ।

ଆପଣ ଯଦି ୫୦ ଟଙ୍କାରୁ କମ୍‌ ଟଙ୍କା ଫୋନ୍‌ରେ ରିଚାର୍ଜ କରୁଛନ୍ତି ତେବେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। କିନ୍ତୁ ୫୦ ଟଙ୍କାରୁ ଅଧିକ ଏବଂ ୧୦୦ ଟଙ୍କାରୁ କମ୍‌ ରିଚାର୍ଜ କଲେ ଆପଣଙ୍କୁ ୧ ଟଙ୍କା ଏବଂ ୧୦୦ ଟଙ୍କାରୁ ଅଧିକ ଟଙ୍କାର ରିଚାର୍ଜ କଲେ ଆପଣଙ୍କୁ ୨ ଟଙ୍କା ଦେୟ ଦେବାକୁ ପଡ଼ିବ। ସେପଟେ ଫୋନ୍ ପେ’ ମୁଖପାତ୍ର କହିଛନ୍ତି , ଦେୟ ନେଉଥିବା ଏହା ପ୍ରଥମ ପେମେଣ୍ଟ ପ୍ଲାଟଫର୍ମ ନୁହେଁ । ବରଂ ବିଲ୍ ପେମେଣ୍ଟ ଉପରେ ଏହା ଏକ ଛୋଟ ଚାର୍ଜ କରୁଥିବା ଏକ ଷାଣ୍ଡାର୍ଡ ପ୍ରାକ୍ଟିସ୍ । ଏବଂ କମ୍ପାନୀ କେବଳ କ୍ରେଡିଟ୍ କାର୍ଡରୁ ପେମେଣ୍ଟରେ ପ୍ରୋସେସିଂ ଫିସ୍ ନେବ ବୋଲି ସୂଚନା ଦେଇଛି । କିନ୍ତୁ ଯେକୌଣସି କାର୍ଡରୁ ପେମେଣ୍ଟ ବେଳେ ପ୍ରୋସେସିଂ ଫି’ ନିଆଯାଉଥିବା ଦେଖିବାକୁ ମିଳିଛି ।  ସୂଚନା ଥାଉ କି, ବର୍ତ୍ତମାନ ସମୟରେ ପାଖାପାଖି ୩୦୦ ମିଲିୟନରୁ ଅଧିକ ୟୁଜର୍ସ ଫୋନ୍‌ ପେ’ ବ୍ୟବହାର କରୁଛନ୍ତି।

Leave a Reply