spot_img

Latest Posts

ଜୟଦେବ ଭବନରେ ଆୟୋଜିତ ହୋଇଛି ଫଟୋଚିତ୍ର ପ୍ରଦର୍ଶନୀ

ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ହୋଇଛି ଫଟୋଚିତ୍ର ପ୍ରଦର୍ଶନୀ । ବରିଷ୍ଠ ଫୋଟ ସାମ୍ବାଦିକ ଅତୁଲ୍ୟ ମହାନ୍ତି ମହାବାତ୍ୟାର ଫଟୋ ନିଜ କ୍ୟାମେରା ଲେନ୍ସରେ ଉତ୍ତୋଳନ କରିଥିଲେ । ୧୯୯୯ ମସିହା ମହାବାତ୍ୟା ପରେ ଓଡ଼ିଶାରେ ତାଣ୍ଡବ ରଚିଥିବା ଅନେକ ବାତ୍ୟା, ବନ୍ୟା ଓ ପ୍ରକୃତି ବିପର୍ଯ୍ୟୟ ସମୟର ଫଟୋଚିତ୍ରକୁ ନିଜ କ୍ୟାମେରାରେ ଉଠାଇଥିଲେ । ଦୀର୍ଘ ୨୫ ବର୍ଷର ଫଟୋ ସାମ୍ବାଦିକତା ମଧ୍ୟରେ ସେ ଦେଖିଥିବା ବାତ୍ୟା ଫାଇଲିନ୍, ହୁଡୁହୁଡୁ, ତିତିଲି, ଫନି, ୟାସ, ଦାନା ପରି ବାତ୍ୟାକୁ କ୍ୟାମେରାରେ ଉତ୍ତୋଳନ କରିଛନ୍ତି । ଗ୍ରାଉଣ୍ଡ ଜିରୋରୁ ଉଠାଇଥିବା ଭୟଙ୍କର, ହୃଦୟ ବିଦାରକ ଚିତ୍ର ଓ ଦୁଃଖଦ ଚିତ୍ର ସବୁକୁ ଆଗାମୀ ପିଢ଼ିକୁ ଦେଖିବାର ସୁଯୋଗ ପାଇବେ ।

Latest Posts

Don't Miss