ଆଜି ରାତି ଗୁରୁତ୍ୱପୂର୍ଣ୍ଣ; ୪ ଜିଲ୍ଳାରେ ପିକରେ ରହିଛି ବନ୍ୟା

ଭୁବନେଶ୍ୱର: ଆଜି ରାତି ଗୁରୁତ୍ୱପୂର୍ଣ୍ଣ। ୪ ଜିଲ୍ଳା କେନ୍ଦ୍ରପଡ଼ା, ଜଗତସିଂହ ପୁର, କଟକ, ପୁରୀରେ ବନ୍ୟା ପିକରେ ରହିଛି। ପାଣି ଆସ୍ତେ ଆସ୍ତେ ଛାଡୁଛି। ଏଥିପାଇଁ ଆଜି ରାତିକ ସତର୍କ ହେବାକୁ ପରାମର୍ଶ ଦେଇଛନ୍ତି ଏସଆରସି। ସେପଟେ ମୁଣ୍ଡୁଳିରେ କମୁଛି ବନ୍ୟା ଜଳ । ଆଜି ସକାଳେ ୧୨ ଲକ୍ଷ ୧ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ଏବେ ପ୍ରାୟ ୧୦ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବହିତ ହେଉଛି। ଏହା ୯ ଲକ୍ଷ ପର୍ଯ୍ୟନ୍ତ ଖସିବାର ସମ୍ଭବନା ରହିଛି । ଗେଟ୍ ଖୋଲିବା ଦ୍ୱାରା ଆସନ୍ତକାଲି ବଢିବ। ପ୍ରାୟ ୯ ଲକ୍ଷ ୫୦ ହଜାରରୁ ୧୦ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେବ। ୨ ଘଣ୍ଟା ପରେ ୱାଟର ଫ୍ଲୋ କମିବ। ଅସନ୍ତାକାଲି ସକାଳୁ ସବୁ ଅଞ୍ଚଳରୁ ପାଣି କମିବା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଏସଆରସି।

ରାଜ୍ୟରେ ସମୁଦାୟ ୬ ଟି ଘାଇ ସୃଷ୍ଟି ହୋଇଛି । ୧୯୭ଟି ସୃଷ୍ଟି ହୋଇଥିବା ଘଳିଆ ବନ୍ଦ ହୋଇଛି । କୁଜଙ୍ଗ ପାଇକା ନଦୀରେ କାଠକୋଟ୍ ଠାରେ ଘାଇ ହୋଇଛି । ବନ୍ୟା ବିପନ୍ନଙ୍କୁ ସ୍ଥାନାନ୍ତର କରାଯାଇଛି । ଲୁଣା ଅଞ୍ଚଳରେ ବଡ ଘାଇ ହେବାରୁ ବର୍ତ୍ତି ଯାଇଛି । ଆସନ୍ତାକାଲି ବର୍ଷା ନେଇ ସମସ୍ତ ଜିଲ୍ଳାପାଳ ମାନଙ୍କୁ ସତର୍କ କରାଯାଇଛି । ସ୍ଥାନ୍ତାନ୍ତରଣ ପାଇଁ ଅଧିକ ଗୁରୁତ୍ଵ ଦେବାକୁ କୁହାଯାଇଥିବା ସୂଚନା ଦେଇଛନ୍ତି ଏସଆରସି ।

ସ୍ଥାନାନ୍ତରିତ ଲୋକଙ୍କୁ ଠିକ୍ ଭାବେ ଖାଦ୍ୟପେୟ ଦିଆଯାଉଛି। ପ୍ରତି ତହସିଲରେ ପଳିଥିନ୍ ଗଛିତ ଅଛି । ୪ ଲକ୍ଷ ୬୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୨ ଲକ୍ଷ ୫୦ ହଜାର ଲୋକ ଜଳବନ୍ଦୀ ଅଛନ୍ତି । ୬୦ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି । ୪୨୫ ଗାଁ ଜଳବନ୍ଦୀ ରହିଛି । ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଦୁଇ ଆଇଏଏସ ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଏବଂ ଜି ରଘୁଙ୍କୁ କେନ୍ଦ୍ରାପଡା ପାଇଁ ସ୍ୱତନ୍ତ୍ର ଦାୟୀତ୍ୱ ଦିଆଯାଇଛି । ପାଣି ଛାଡିବାର ୪୮ ଘଣ୍ଟା ପରେ ଘର ଏବଂ ଚାଷ ଜମି କ୍ଷୟକ୍ଷତି ଆକଳନ କରାଯିବ ।

ସେପଟେ ଏବେ ହୀରାକୁଦରେ ରିଜର୍ଭର ୬୨୬.୧୪ ଫୁଟ୍ ଅଛି । ବରମୁଳରେ ଏବେ ପହଞ୍ଚଛି ବନ୍ୟା ଜଳ। ଆସନ୍ତାକାଲି କାଲି ୯ଟାରେ ମୁଣ୍ଡୁଳୀରେ ପହଞ୍ଚିବ । ଛତିଶଗଡ଼ରେ ବର୍ତ୍ତମାନ ଇନଫ୍ଲୋ ୫ ଲକ୍ଷ ୮୦ ହଜାର ୬୪୦ ଏବଂ ଆଉଟଫ୍ଲୋ ୬ ଲକ୍ଷ ୬୯ ହଜାର ୨୯୫ ରହିଛି । ଏବେ ୪୦ ଟି ଗେଟ୍ ଖୋଲା ରହିବ। କାଲିଠୁ ବର୍ଷା ସମ୍ଭାବନା ଥିବାରୁ। ବର୍ଷା ପରେ ଆମେ ହୀରାକୁଦରେ ଜଳ ସ୍ତର ୬୨୨ ଫୁଟ୍ ରଖିବାକୁ ଲକ୍ଷ୍ୟ ରଖିାଯାଇଥିବା ଏସଆରସି ସୂଚନା ଦେଇଛନ୍ତି।