ଏହି ସବୁ ଫଟୋ ଖାକିକୁ ନେଇ ଆପଣଙ୍କ ଧାରଣା ବଦଳାଇ ଦେବ

ଭୁବନେଶ୍ୱର: ବାତ୍ୟା ଆସିଲେ ଛାତିରେ ଛନକା ପଶେ । ହୃଦୟ ଥରେ, ମନ ଡରେ । ହେଲେ ଏମିତି କିଛି ଯୋଦ୍ଧା ଅଛନ୍ତି ଯେଉଁମାନେ ନିଜ ପରିବାରକୁ ଛାଡ଼ି ବାତ୍ୟା ବିପତ୍ତି ସମୟରେ ସେବା ପାଇଁ ଆଗେଇ ଆସନ୍ତି । ଦିନରାତି ଏକଜୁଟ୍ କରିଦିଅନ୍ତି ଲୋକଙ୍କ ସେବାରେ । ସେ ମହାମାରୀ କରୋନା ହେଉକି ମହାବାତ୍ୟା ‘ଅମ୍ଫାନ’ । କିଛି ବି ଫରକ ପଡ଼େନି ଆମ ଯୋଦ୍ଧାଙ୍କୁ । ‘ଅମ୍ଫାନ’ ମୁକାବିଲା ବେଳେ ନଜର ପକାନ୍ତୁ ପୋଲିସର ଏମିତି କିଛି ଫଟୋ ଉପରେ…

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନାର ବାଘମାରୀ ଗାଁ ଓ ତାଳଚୁଆଁ ଥାନାର ପେଣ୍ଠ ଗାଁରେ ପୋଲିସ ତଳିଆ ଅଞ୍ଚଳରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରୁଛି ।

ବାଲେଶ୍ୱର ଜିଲ୍ଲାର ଭୋଗରାଇ, ସୋର ଓ କସାଫଳ ସାମୁଦ୍ରିକ ଥାନା ଅଞ୍ଚଳରେ ପୋଲିସ ସନ୍ଧ୍ୟାରେ ଲୋକଙ୍କୁ ସ୍ଥାନାନ୍ତର କରୁଛି ।

ଜଗତସିଂହପୁର ଜିଲ୍ଲା ପାରାଦୀପ ଓ ଅଭୟଚାନ୍ଦପୁର ଥାନା ଅଞ୍ଚଳରେ ପୋଲିସ ଲୋକଙ୍କୁ ଭୟ ନକରିବା ପାଇଁ କହିବା ବାତ୍ୟା ଆଶ୍ରୟସ୍ଥଳୀକୁ ଗାଡ଼ିରେ ଆଣୁଛି ।

ରାତିର ଅନ୍ଧାରକୁ ଖାତିର କରିନାହାଁନ୍ତି ମହିଳା ପୋଲିସ । ଭଦ୍ରକରେ ରାତିରେ ତଳିଆ ଅଞ୍ଚଳରେ ଘରକୁ ଘର ବୁଲି ପୋଲିସ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଯିବାକୁ କହୁଛି ।

ମାଆ ଭୟ କରନି, ଆମେ ଅଛୁ । ରାତି ଅଧରେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ବେଳେ ମନରେ ସାହାସ ଦେଉଛନ୍ତି ମହିଳା ପୋଲିସ ଅଧିକାରୀ ।

ମନ ଛୁଉଁଥିବା ଏ ଛବି ଭଦ୍ରକ ଚାନ୍ଦବାଲି ଅଞ୍ଚଳର । କସ୍ତୁରିକଣା ଗାଁରେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନେବା ବେଳେ ମହିଳା ପୋଲିସ କର୍ମଚାରୀ ଜଣଙ୍କ କଅଁଳା ଛୁଆକୁ କୋଳେଇ ନେଇଛନ୍ତି ।

ବିପଦରେ ଭୟ କରନ୍ତୁନି । ଭଦ୍ରକରେ ପୋଲିସ ବୟସ୍କଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନେଉଛି ।

ବିଳମ୍ବିତ ରାତିରେ ପୋଲିସ ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳର ଲୋକଙ୍କୁ ଗାଡ଼ି ଯୋଗେ ସୁରକ୍ଷିତ ସ୍ଥାନକୁ ଆଣୁଛି ।

ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚିବା ପରେ ପୋଲିସ ଟ୍ରାଇ ସାଇକେଲ ସହ ବୃଦ୍ଧଙ୍କୁ ଭିତରକୁ ନେବାରେ ସାହାଯ୍ୟ କରୁଛନ୍ତି ।

ପୂରା ପରିବାରକୁ ବର୍ଷା ରାତିରେ ପୋଲିସ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରୁଛନ୍ତି ।

ବାତ୍ୟା ବେଳେ ରାସ୍ତାରେ କେହି ନାହାଁନ୍ତି, ଆପଣଙ୍କୁ ସାହାଯ୍ୟ ପାଇଁ ଆମେ ଅଛୁ । ନିଚ୍ଛାଟିଆ ରାସ୍ତାରେ ଲୋକଙ୍କୁ ସାହାଯ୍ୟ ପାଇଁ ଗଡ଼ୁଛି ପୋଲିସ ଭ୍ୟାନ୍ ।

ବାତ୍ୟା ବେଳେ ରାସ୍ତାରେ ଗଛ ଭାଙ୍ଗି ପଡ଼ିଥିବା ବେଳେ ପୋଲିସ ରାସ୍ତା ଅବରୋଧ ହଟାଉଛି ।

ଏସବୁ ଚିତ୍ର ଆଗାମୀ ଦିନରେ ପୋଲିସର ଯେଉଁ ଭାବମୂର୍ତ୍ତି ଅଛି ସେଥିରେ ନିଶ୍ଚିତ ଭାବେ କିଛି ସକରାତ୍ମକ ପରିବର୍ତ୍ତନ ଆଣିବ ।

Leave a Reply