ଧରାପଡ଼ିଲେ ପିଗ ଆଇରନ ଲୁଟେରା

1 min read

ପିଗ ଆଇରନ ଲୁଟରେ ସଂପୃକ୍ତ ଶିଳ୍ପପତିଙ୍କ ସମେତ ୪ ଗିରଫ । ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ଷ୍ଟିଲ କାରଖାନାରୁ ଚୋରା ପିଗ୍ ଆଇରନ କିଣି ରାଉରକେଲାର ବିଶିଷ୍ଟ ଶିଳ୍ପପତି ହନୁମାନ ଗୋଏଲ କଳିଙ୍ଗନଗର ପୋଲିସ ଦ୍ୱାରା ଗିରଫ ହୋଇଥିବା ଜଣାପଡିଛି । ଏହି ଘଟଣାରେ ହନୁମାନ ଗୋଏଲ ଙ୍କ ୨ଜଣ କର୍ମଚାରୀ ଓ ଜଣେ ଟ୍ରକ ଚାଳକକୁ ପୋଲିସ ଗିରଫ କରିଛି ।

ସୂଚନା ଅନୁଯାୟୀ, ଗତ ୧୦ ତାରିଖ ଦିନ କଳିଙ୍ଗନଗର ସ୍ଥିତ ମେସ୍କୋ କାରଖାନାରୁ ୨ଟି ପିଗ୍ ଆଇରନ ବୋଝେଇ ଟ୍ରକ ଛତିଶଗଡ଼କୁ ପଠାଯାଇଥିଲା । ମାତ୍ର ଟ୍ରକ ୨ଟି ନିଜର ଲକ୍ଷ ସ୍ଥଳକୁ ନଯାଇ ରାଉରକେଲା ଅଭିମୁଖେ ଯାଇଥିଲା । ସେଠାରେ ଟ୍ରକ ଚାଳକ ପିଗ ଆଇରନକୁ ଜଣେ ଶିଳ୍ପପତିଙ୍କୁ ବିକ୍ରି କରି ଫେରାର ହୋଇଯାଇଥିଲେ ।

ଏନେଇ କଳିଙ୍ଗନଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏ ଘଟଣାକୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ପ୍ରଥମେ ଫେରାର ଥିବା ଟ୍ରକ ଚାଳକକୁ ମୁମ୍ବାଇରୁ ଗିରଫ କରିଥିଲା ।

ପୋଲିସ ଉକ୍ତ ଟ୍ରକ୍‌ ଡ୍ରାଇଭରକୁ ଜେରା କରିବା ପରେ ସେ ରାଉରକେଲାର ଏହି ଶିଳ୍ପପତିଙ୍କୁ ପିଗ ଆଇରନ ବିକ୍ରି କରିଥିବା ସ୍ୱିକାର କରିଥିଲା ।

ପୋଲିସ ଟକ୍ର ଚାଳକ ତଥ୍ୟକୁ ଆଧାର କରି ସଂପୃକ୍ତ ଶିଳ୍ପପତି ଓ ତାଙ୍କର ୨ଜଣ କର୍ମଚାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ଏହି ଘଟଣାରେ ପୋଲିସ ଏନେଇ ତାର ତଦନ୍ତ ଜାରି ରଖିଛି । ')}

Leave a Reply