Pipili By-Election: ଷଷ୍ଠ ରାଉଣ୍ଡ ସୁଦ୍ଧା ୬ ହଜାରରୁ ଅଧିକ ଭୋଟରେ ଆଗୁଆ ବିଜେଡି

1 min read
Pipili By-Election BJD Candidate Rudra Leads By 6324 Votes

ପୁରୀ: ପିପିଲି ଉପନିର୍ବାଚନ ଭୋଟ୍ ଗଣତିରେ ଆଗୁଆ ରହିଛି ବିଜେଡି । ପ୍ରଥମ ରାଉଣ୍ଡରୁ ଆଗୁଆ ରହିଥିବା ବିଜେଡି ଷଷ୍ଠ ରାଉଣ୍ଡରେ ମଧ୍ୟ ଆଗୁଆ ରହିଛି । ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୬ ହଜାର ୩୨୪ ଭୋଟରେ ଆଗୁଆ ଅଛନ୍ତି । ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ୨୩, ୪୬୨ ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୧୭, ୧୩୮ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନଙ୍କୁ ମିଳିଛି ୧୭୮୪ ଭୋଟ୍ ।

ଷଷ୍ଠ ରାଉଣ୍ଡ ଫଳାଫଳ ଅନୁସାରେ ବିଜେଡି ୫୪.୦୩ ପ୍ରତିଶତ ଭୋଟ୍ ପାଇଥିବା ବେଳେ ୩୯.୪୬ ପ୍ରତିଶତ ଭୋଟ୍ ପାଇଛି ବିଜେପି । ସେହିଭଳି କଂଗ୍ରେସ ୪.୧୧ ପ୍ରତିଶତ ଭୋଟ୍ ପାଇଛି । ନୋଟାରେ ପଡ଼ିଛି ୨୪୮ ଖଣ୍ଡ ଭୋଟ୍ ।

ପୁରୀ ପେଣ୍ଠକଟା ୱେୟାର ହାଉସ୍ ଷ୍ଟ୍ରଙ୍ଗ୍‌ ରୁମରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଭୋଟ୍ ଗଣତି । ୫ ଓ ୬ ନମ୍ବର ରୁମରେ ଇଭିଏମ ଭୋଟ୍‌ ଗଣତି ହେଉଛି । ଗଣତିରେ ୬୨ ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି । ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା ହୋଇଛି । ମୋଟ ୨୫ ରାଉଣ୍ଡ ଗଣତି ହେବ ।

Leave a Reply