Pipili By-Election: ପ୍ରତି ରାଉଣ୍ଡରେ ବଢ଼ୁଛି ବିଜେଡିର ଭୋଟ୍ ବ୍ୟବଧ୍ୟାନ, ପଛରେ ବିଜେପି

1 min read
Pipili By-Election BJD Leads By 7630 Votes In 7th Round

ପୁରୀ: ପିପିଲି ଉପନିର୍ବାଚନ ଭୋଟ୍ ଗଣତିରେ ବଢ଼ୁଛି ବିଜେଡିର ଭୋଟ୍ ବ୍ୟବଧ୍ୟାନ । ପ୍ରଥମ ରାଉଣ୍ଡରୁ ଆଗୁଆ ରହିଥିବା ବିଜେଡି ଷଷ୍ଠ ରାଉଣ୍ଡରେ ମଧ୍ୟ ଆଗୁଆ ରହିଛି । ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୭ ହଜାର ୬୩୦ ଭୋଟରେ ଆଗୁଆ ଅଛନ୍ତି । ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ୨୭, ୫୧୭ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୧୯, ୮୮୭ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନଙ୍କୁ ମିଳିଛି ୨୦୨୭ ଭୋଟ୍ ।

ଏଥିସହ ପଢ଼ନ୍ତୁ: ବଢ଼ୁଛି ଉତ୍କଣ୍ଠା, କିଏ ହାତେଇବ ପିପିଲି ? ଜାଣନ୍ତୁ କ’ଣ କହୁଛି ବିଗତ ନିର୍ବାଚନ ଗଣିତ…

ସପ୍ତମ ରାଉଣ୍ଡ ଫଳାଫଳ ଅନୁସାରେ ବିଜେଡି ୫୪.୦୪ ପ୍ରତିଶତ ଭୋଟ୍ ପାଇଥିବା ବେଳେ ୩୯.୩୨ ପ୍ରତିଶତ ଭୋଟ୍ ପାଇଛି ବିଜେପି । ସେହିଭଳି କଂଗ୍ରେସ ୪.୦୧ ପ୍ରତିଶତ ଭୋଟ୍ ପାଇଛି । ନୋଟାରେ ପଡ଼ିଛି ୨୬୮ ଖଣ୍ଡ ଭୋଟ୍ ।

ପୁରୀ ପେଣ୍ଠକଟା ୱେୟାର ହାଉସ୍ ଷ୍ଟ୍ରଙ୍ଗ୍‌ ରୁମରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଭୋଟ୍ ଗଣତି । ୫ ଓ ୬ ନମ୍ବର ରୁମରେ ଇଭିଏମ ଭୋଟ୍‌ ଗଣତି ହେଉଛି । ଗଣତିରେ ୬୨ ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି । ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା ହୋଇଛି । ମୋଟ ୨୫ ରାଉଣ୍ଡ ଗଣତି ହେବ ।

Leave a Reply