କ୍ୟାମ୍ପେନିଂରେ କମ୍ପୁଛି ମଇଦାନ, ସଂଖ୍ୟା ଲଘୁ ଭୋଟ କହିବ କିଏ ଜିତିବ..

Pipili Bye Election

ପିପିଲି: ପିପିଲି ଉପନିର୍ବାଚନ କ୍ୟାମ୍ପେନିଂରେ କମ୍ପୁଛି ମଇଦାନ । ଓ୍ୱାରରୁମ୍‌ରେ ରଣନୀତି ପ୍ରସ୍ତୁତ, ଓ୍ୱିନ୍ ସଟ୍‌ ଲଗାଇବାକୁ ପ୍ରଚାର ପିଚ୍‌ରେ ନେତା ଓ କର୍ମୀଙ୍କ ମାରାଥନ୍ କ୍ୟାମ୍ପେନ୍‌ । ସମର୍ଥନ ଜୁଟାଇବା ପାଇଁ ଚାଲିଛି ସଭା, ଶୋଭାଯାତ୍ରା, ଡୋର ଟୁ ଡୋର ପ୍ରଚାର । ତେବେ ବିଜୟ ପାଇଁ ବଡ଼ ଫ୍ୟାକ୍ଟର ହେବ ପିପିଲି ଓ ଡେଲାଙ୍ଗର ସଂଖ୍ୟାଲଘୁ ଭୋଟ୍ ବ୍ୟାଙ୍କ ।

ତିନି ପ୍ରମୁଖ ଦଳ ପକ୍ଷରୁ ସଂଖ୍ୟାଲଘୁ ଭୋଟ୍‌ ହାତେଇବା ପାଇଁ ହୋଇଛି ଖାସ୍ ରଣନୀତି । ତେବେ ପିପିଲି, ଡେଲାଙ୍ଗରେ କାହାକୁ ମିଳିବ ସଂଖ୍ୟାଲଘୁଙ୍କ ସମର୍ଥନ ? ଆଗରୁ ପ୍ରଦୀପ ମହାରଥୀଙ୍କ ପରିବାର ଥିଲେ ସଂଖ୍ୟାଲଘୁ ଭୋଟର । ଆଶୀର୍ବାଦ ଅଜାଡୁଥିଲେ, ଦେଉଥିଲେ ସମର୍ଥନର ଭୋଟ୍ । ଏଥର ବିଜେଡି ଯୋଦ୍ଧା ଜୁନିଅର ମହାରଥୀ । ରୁଦ୍ରଙ୍କ ପାଇଁ ବି ଇଭିଏମ୍‌ରେ ହେବ କି ସଂଖ୍ୟାଲଘୁଙ୍କ ବିଶ୍ୱାସର ଭୋଟିଂ ? ମୁଖ୍ୟମନ୍ତ୍ରୀଙ୍କ ବିକାଶ ପ୍ଲାନ୍ ସାଙ୍ଗକୁ ବାପାଙ୍କ ଲୋକପ୍ରିୟତାକୁ ପୁଞ୍ଜି କରି ଭୋଟରଙ୍କ ପାଖକୁ ଯାଉଛନ୍ତି ରୁଦ୍ର । ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନିଂରେ ସ୍ନେହ ସମର୍ଥନ ଜୁଟାଇବାକୁ ପ୍ରୟାସ କରୁଛନ୍ତି । ସେପଟେ ବିଜେପି ଓ କଂଗ୍ରେସ ମଧ୍ୟ ସଂଖ୍ୟାଲଘୁ ଭୋଟ୍‌ ନିଜ ଖାତାକୁ ଆଣିବାକୁ ପ୍ରସ୍ତୁତ କରିଛନ୍ତି ଖାସ୍ ଗେମ୍‌ପ୍ଲାନ୍ ।

ପିପିଲି ଏନଏସି ସମେତ ଦାନଗହିରି, ଘୋରଡ଼ିଆ, ହାଟସାହି, ଡେଲାଙ୍ଗ ପରି ଅନେକ ପଂଚାୟତ ଓ ଗାଁରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବସବାସ କରନ୍ତି । ପାଖାପାଖି ୧୭ ରୁ ୨୦ ପ୍ରତିଶତ ସଂଖ୍ୟାଲଘୁ ଭୋଟ ପିପିଲି ନିର୍ବାଚନକୁ ପ୍ରଭାବିତ କରିଥାଏ । ତେବେ ଧର୍ମ ନିରପେକ୍ଷତା ଆଧାରରେ ଭୋଟ ଦେଇଆସୁଛନ୍ତି ପିପିଲି ଓ ଡେଲାଙ୍ଗବାସୀ । ଧର୍ମ ନିରପେକ୍ଷତା ସବୁବେଳେ ବିଜେଡିର ସ୍ୱର ହୋଇଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଗୁରୁତ୍ୱ ଦେଇଆସିଛନ୍ତି ।

Leave a Reply