ରଙ୍ଗ ବେରଙ୍ଗର ଆଲୋକମାଳାରେ ଝଲସୁଛି ପିପିଲି

ପିପିଲି: ରଙ୍ଗ ବେରଙ୍ଗର ଆଲୋକମାଳାରେ ଝଲସୁଛି ପିପିଲି। ମନମୋହୁଛି ସେଲଫି ପଏଣ୍ଟ । ପିପିଲିର ପ୍ରବେଶ ପଥରେ କଥା କହୁଛି ପିପିଲିର ଚାନ୍ଦୁଆ କାରିଗରୀ । ଅଦରକାରୀ ଯନ୍ତ୍ରାଂଶରେ ନିର୍ମିତ କଳାକୃତି ବେଶ ଆକୃଷ୍ଠ କରୁଛି ପର୍ଯ୍ଯଟକମାନଙ୍କୁ। ଝଲସୁଛି ପିପିଲି। ମନମୋହୁଛି ସେଲଫି ପଏଣ୍ଟ। ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି  ପ୍ରବେଶ ପଥ । ଯାତ୍ରୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ଆଇ ଲଭ ପିପିଲି। ଶୋଭାପାଉଛି ଚାନ୍ଦୁଆ ତୋରଣ ଓ ଓଡିଶୀ କଳାକାରଙ୍କ ନୃତ୍ଯାଙ୍ଗନା ପ୍ରିତିମୂର୍ତ୍ତି। ପିପିଲିର ଗୌରବ ଚାନ୍ଦୁଆ ଶିଳ୍ପର ବାର୍ତ୍ତା ବାଣ୍ଟୁଥିବା ଚାନ୍ଦୁଆ ତୋରଣ ଓ ଟେରାକୋଟା କାର୍ଯ୍ଯ ଯାତ୍ରୀଙ୍କୁ ଆକୃଷ୍ଠ କରୁଛି। ଚାନ୍ଦୁଆ ଶିଳ୍ପ ପରିବର୍ତ୍ତେ ଅଦରକାରୀ ଯନ୍ତ୍ରାଂଶରେ ପ୍ରସ୍ତୁତ କରାଯାଇଥିବା ଘୋଡା ମୁଖ୍ଯ ଆକର୍ଷଣ ପାଲଟିଛି।

ପିପିଲିର ପ୍ରବେଶ ପଥ ସମସ୍ତଙ୍କ ପାଇଁ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି । ୭୨ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଛି ସେଲଫି ପଏଣ୍ଟ। ପୁରୀ ଓ କୋଣାର୍କକୁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ପ୍ରବେଶ ପଥ। ଏହା ଦ୍ଵାରା ଚାନ୍ଦୁଆ ବ୍ଯବସାୟ ବୃଦ୍ଧି ପାଇବ ବୋଲି ପିପିଲି ବିଧାୟକ କହିଛନ୍ତି। ଏନେଇ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ଯବାଦ ଜଣାଇଛନ୍ତି ଅଞ୍ଚଳବାସୀ। ଏନଏସି ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ସେଲଫି ପଏଣ୍ଟ ପାଖରେ ସ୍ଥାନ ପାଇଥିବା କାରୁକାର୍ଯ୍ଯ ଓଡିଶାର କଳା ସଂସ୍କୃତିକୁ ପ୍ରତିପାଦନ କରୁଛି।