ନନ୍ଦିଘୋଷ ବ୍ୟୁରୋ : ବ୍ରହ୍ମପୁର ପୀତବାସ ପଣ୍ଡା ହତ୍ୟା ମାମଲାରେ ୬ ଅଭିଯୁକ୍ତ ପୋଲିସ ରିମାଣ୍ଡରେ। ଅଭିଯୁକ୍ତ ଉମା ବିଷୋୟୀ, କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ, ଯୋଗୀ ରାଉତ, କର୍ପୋରେଟର ମଳୟ ବିଷୋୟୀ ଓ ମଦନ ଦଳାଇକୁ ୭ ଦିନିଆ ରିମାଣ୍ଡରେ ନେବାକୁ ବ୍ରହ୍ମପୁର SDJM କୋର୍ଟରେ ପୋଲିସ ଆବେଦନ କରିଥିଲା। କୋର୍ଟ ୨ ଦିନ ପାଇଁ ଅନୁମତି ଦେଇଛନ୍ତି। ଗତ ରାତିରେ ହିଁ କୁରୁପତି ଓ ଉମାକୁ ରିମାଣ୍ଡରେ ନେଇଛି ପୋଲିସ । ବାକି ୪ ଅଭିଯୁକ୍ତଙ୍କୁ ମଧ୍ୟ ରିମାଣ୍ଡରେ ନେଇଛି ପୋଲିସ। ସମସ୍ତଙ୍କୁ ମୁହାଁମୁହିଁ ଜେରା କରି ପୋଲିସ ବହୁ ତଥ୍ୟ ହାସଲ କରିବ ବୋଲି ଜଣାପଡ଼ିଛି। … ଏହା ସହିତ ଘଟଣାର କ୍ରାଇମ ରିକ୍ରିଏସନ୍ କରିବାର ମଧ୍ୟ ସମ୍ଭାବନା ରହିଛି।

