ରାଜ୍ୟରେ ସଫଳ ହେଲା ପ୍ଳାଜ୍‌ମା ଥେରାପି: ୬ ଜଣ ରୋଗୀଙ୍କ ମଧ୍ୟରୁ ୪ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ସଫଳ ହେଲା ପ୍ଲାଜମା ଥେରାପି । ପ୍ରଥମେ ଯେଉଁମାନଙ୍କୁ ପ୍ଲାଜମା ଦିଆଯ଼ାଇଥିଲା ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସଛି । ୬ ଜଣ ଗୁରୁତର ରୋଗୀଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି । ସେମାନଙ୍କୁ ଖୁବଶୀଘ୍ର ଡିସଚାର୍ଜ କରାଯିବ । ସେମାନେ ପୂର୍ବରୁ ଅକ୍ସିଜେନ୍ ସପୋର୍ଟରେ ରହୁଥିଲେ ।

କିନ୍ତୁ ବର୍ତ୍ତମାନ ଏହାର  କୌଣସି ଆବଶ୍ୟକତାନାହିଁ । ତେବେ ଅନ୍ୟ ୨ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି  ଏବଂ ସେମାନେ ଖୁବ୍‌ଶୀଘ୍ର ବିପଦମୁକ୍ତ ହେବେ ବୋଲି ଆଶା କରାଯାଉଛି  । ଏଯାବତ୍ ମୋଟ ୪ ଜଣ ପ୍ଳାଜ୍‌ମା ଦାତାଙ୍କ ଠାରୁ ୮ ୟୁନିଟ୍ ପ୍ଳାଜ୍‌ମା ସଂଗ୍ରହ ହୋଇଛି । ଏବଂ ସେଥିରୁ ମୋଟ ୬ ୟୁନିଟ୍ ପ୍ଳାଜ୍‌ମା ବ୍ୟବହୃତ ହୋଇଛି ।

ତେବେ ଦେଶର କିଛି ରାଜ୍ୟରେ ହିଁ ପ୍ଳାଜ୍‌ମା ଥେରାପିକୁ ଆରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିବା ସହ ପ୍ଳାଜ୍‌ମା ଦାନ ପାଇଁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କୁ ଅନୁରୋଧ କରିଥିଲେ । ଏବଂ ମାଗଣା ପ୍ଳାଜ୍‌ମା ଥେରାପି ଚିକିତ୍ସା କରାଇବା ପାଇଁ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଲ୍ଲେଖ ଯୋଗ୍ୟ ଯେ, ସମ୍ କୋଭିଡ ହସ୍ପିଟାଲ , ଅଶ୍ୱିନୀ ହସ୍ପିଟାଲ କଟକ ଏବଂ କିମ୍ସ ହସ୍ପିଟାଲରେ ପ୍ଳାଜ୍‌ମା ଥେରାପି ନେଇ ବ୍ୟବସ୍ଥା ହୋଇଛି ।

ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କୁ ପ୍ଳାଜମା ଦାନ ପାଇଁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

Leave a Reply