ଦୁଇ ଦିନରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ବର : ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ରେଜଲ୍ଟ ପ୍ରକାଶରେ ଆଉ ବିଳମ୍ବ ହେବନି । ଯେହେତୁ ଆଜି ଯୁକ୍ତ ତିନି ଆବେଦନର ଶେଷ ତାରିଖ ରହିଛି । ତେଣୁ ଉଚ୍ଚଶିକ୍ଷା ବିଭାଗକୁ ସମୟସୀମା ବୃଦ୍ଧି କରିବାକୁ ନିବେଦନ କରାଯିବ । ରେଜଲ୍ଟ ପ୍ରକାଶକୁ ନେଇ ଛାତ୍ରଛାତ୍ରୀମାନେ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜ୍ୟରେ ମୋଟ ୧୦୫୩ କଲେଜ ରହିଛି । ସିଟ ସଂଖ୍ୟା ୨ ଲକ୍ଷ ୭୩ ହଜାର ୭୮୮ ରହିଛି । ଆଜି ପୋର୍ଟାଲରେ ଆବେଦନ ପ୍ରକ୍ରିୟା ସରୁଥିବା ବେଳେ, ଏଯାଏଁ ୧ ଲକ୍ଷ ୨୧ ହଜାର ୯୦୭ ପିଲା ଅନଲାଇନ ଜରିଆରେ ଆବେଦନ କରିଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୧୮ ହଜାର ୪୯୨ ଫର୍ମ ପୂରଣ ଦେୟ ଦେଇଥିବା ଜଣାପଡିଛି ।