ଜୁଲାଇ ୪ ତାରିଖ ଯାଏ ଯୁକ୍ତ ତିନି ପାଇଁ ଚାଲିବ ଆବେଦନ ପ୍ରକ୍ରିୟା, ୧୪ରେ ମେରିଟ ଲିଷ୍ଟ

1 min read

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ତିନିରେ ନାମଲେଖା ପାଇଁ ଆବେଦନ । ଜୁଲାଇ ୪ ତାରିଖ ଯାଏ ଚାଲିବ ଆବେଦନ ପ୍ରକ୍ରିୟା । ଜୁଲାଇ ୧୪ରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଜୁଲାଇ ୨୭ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବାକୁ ଥିବାବେଲେ ଅଗଷ୍ଟ ୩ରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ସେହିପରି ଅଗଷ୍ଟ ୨୧ରେ ଚତୁର୍ଥ ପର୍ଯ୍ୟାୟ, ସେପ୍ଟେମ୍ବର ୧ରେ ପଞ୍ଚମ ଓ ସେପ୍ଟେମ୍ବର ୧୩ରେ ଷଷ୍ଠ ମେଧା ତାଲିକା ପ୍ରକାଶ ପାଇବ ।

ଏନେଇ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ସାମ୍ସ ଓ୍ବେବସାଇଟରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ୨୦୨୨-୨୩ ଶିକ୍ଷାବର୍ଷରେ ୧ହଜାର ୨୩ଟି ଯୁକ୍ତତିନି କଲେଜର ୨ ଲକ୍ଷ ୫୫ ହଜାର ୯୧୬ ସିଟ୍ରେ ନାମଲେଖା ହୋଇଥିଲା । ଚଳିତବର୍ଷ ୧୦୪୨ କଲେଜର ୨ ଲକ୍ଷ ୭୦ହଜାର ୩୪୭ ସିଟ୍ରେ ନାମଲେଖା ହେବ। କଳା ବିଭାଗର ୧ ଲକ୍ଷ ୫୧ ହଜାର ୯୦୨, ଫିଜିକାଲ ସାଇନ୍ସରେ ୪୬,୧୩୯, ବାୟୋଲୋଜିକାଲ ସାଇନ୍ସରେ ୨୮,୬୯୨, ବାଣିଜ୍ୟର ୩୨,୩୮୦, ସେଲ୍ଫ ଫାଇନାନ୍ସିଂର ୨,୦୮୬ ଓ ସଂସ୍କୃତରେ ୯,୧୪୮ ସିଟ୍ ରହିଛି ।