ଜୁନ ୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ତିନି ନାମଲେଖା ଆବେଦନ ତାରିଖ

1 min read

ନନ୍ଦିଘୋଷ ବ୍ୟୁରୋ: ବଢ଼ିଲା ଯୁକ୍ତ ତିନି ନାମଲେଖା ଆବେଦନ ତାରିଖ । ଆଜି ନାମଲେଖା ପାଇଁ ଆବେଦନ ତାରିଖ ଶେଷ ହେଉଥିବା ବେଳେ ଏହାକୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଯୁକ୍ତଦୁଇ ରେଜଲ୍ଟ ପ୍ରକାଶ ପାଇ ନଥିବାରୁ ଯୁକ୍ତତିନି ନାମଲେଖା ଆବେଦନ ତାରିଖ ଘୁଞ୍ଚାଇ ଦିଆଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ରାଜ୍ୟରେ ଯୁକ୍ତଦୁଇ ରେଜଲ୍ଟ ବାହାରିନି । ଏମିତି ସ୍ଥିତିରେ ଯୁକ୍ତତିନି ଆବେଦନ ତାରିଖ ଆଜି ଶେଷ ହେଉଥିଲା । ଏମିତି ସ୍ଥିତିରେ ଯୁକ୍ତଦୁଇରେ ପାସ୍ କରିଥିବା ଛାତ୍ରଛାତ୍ରୀ ଯୁକ୍ତତିନି ପଢ଼ିବା ପାଇଁ ନାମ ଲେଖାଇବାରୁ ବଞ୍ଚିତ ହୋଇଥାନ୍ତେ । ଏହାକୁ ଦୃଷ୍ଟିରେ ରଖି ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ରହିଥିବା Common Application Form ବା CAF ପୂରଣ ପ୍ରକିୟାର ଅବଧିକୁ ବୃଦ୍ଧି କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଛାତ୍ରଛାତ୍ରୀମାନେ ଆସନ୍ତା ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ SAMS ପୋର୍ଟାଲରେ ଅନଲାଇନ୍‌ ମାଧ୍ୟମରେ ଫର୍ମ ପୂରଣ କରିପାରିବେ । ଏଥିସହ ଯୁକ୍ତଦୁଇ ପରୀକ୍ଷାରେ ରଖିଥିବା ମାର୍କକୁ ଜୁନ୍‌ ୧ ତାରିଖ ସୁଦ୍ଧା ଅପଲୋଡ଼ କରିପାରିବେ ।