spot_img

Latest Posts

ଯୁକ୍ତ ଦୁଇ ନାମଲେଖା; ଆଜି ସରୁଛି ଆବେଦନ ଅବଧି

ଭୁବନେଶ୍ୱର: ଯୁକ୍ତ ଦୁଇରେ ପାଠ ପଢିବା ପାଇଁ ଆବେଦନ କରିସାରିଲେଣି କି । ଆଜି ସରୁଛି ନାମଲେଖା ଆବେଦନ ଅବଧି। ପୂର୍ବରୁ ୨ ଥର ଆବେଦନ ଅବଧି ବୃଦ୍ଧି କରାଯାଇଥିବାବେଳେ ଆଜି ଶେଷ ତାରିଖ। ଆସନ୍ତା ୬ତାରିଖରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ। ୭ରୁ ୧୩ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ।

ଏହାପରେ ଜୁଲାଇ ୧୯ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇ ୨୦ରୁ ୨୨ତାରିଖ ମଧ୍ୟରେ ନାମଲେଖା ଶେଷ ହେବ। ଜୁଲାଇ ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ସ୍ପଟ ଆଡମିଶନ। ଅଗଷ୍ଟ ପହିଲାରୁ ଏକାଦଶ ପାଠପଢା ଆରମ୍ଭ ହେବ। ଏଯାଏ ସାମସ୍ ପୋର୍ଟାଲ ଜରିଆରେ ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ।

ତେବେ ଚଳିତ ବର୍ଷ ରାଜ୍ୟରେ ୨୧୪୫ଟି କଲେଜରେ ନାମଲେଖା ହେଉଛି । ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ ଏକାଦଶ ଶ୍ରେଣୀ ପାଠପଢା ଆରମ୍ଭ ହେବାକୁ ଯାଉଛି।

Latest Posts

Don't Miss