spot_img

Latest Posts

୧୮ ମେରୁ ୧୨ ଜୁନ୍ ଯାଏଁ ହେବ ଯ଼ୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର: ୧୮ ମେରୁ ୧୨ ଜୁନ୍ ଯାଏଁ ହେବ ଯ଼ୁକ୍ତ ଦୁଇ ପରୀକ୍ଷା। ୨୮ ମେରୁ ଧନ୍ଦାମୂଳକ ପରୀକ୍ଷା ହେବ। ପ୍ରଥମ ଦିନ ହେବ ଫିଜିକ୍ସ ପରୀକ୍ଷା। ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୀମର ଦାସ। ତେବେ ରାଜ୍ୟ କରୋନା ପ୍ରଭାବ ଧିରେ ଧିରେ କମିବା ସହ ଏବେ ଗ୍ରୀନ୍‌ ଜୋନରେ ରାଜ୍ୟ ପରିଣତ ହୋଇଛି। ସେଥିପାଇଁ ରାଜ୍ୟରେ ଅଧିକରୁ ଅଧିକ ସ୍କୁଲ କଲେଜ ଖୋଲିଲାଣି। ରାଜ୍ୟ ସରକାରଙ୍କର ବଳିଷ୍ଟ ଉଦ୍ୟମ ପାଇଁ ଏଭଳି ସମ୍ଭବ ହୋଇପାରିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ଦେଇଥିଲେ କରୋନା ପରିସ୍ଥିତିରେ କୌଣସି ପିଲାର ପାଠ ପଢ଼ାରେ ଅବହେଳା ହେବନାହିଁ। ସେଥିପାଇଁ ପୂର୍ବରୁ ମଧ୍ୟ ଉନ୍ନତରୁ ଉନ୍ନତ ମାନର ପଦକ୍ଷେପ ନେଇଛନ୍ତି। କରୋନା ସମୟରେ ଅର୍ଥବ୍ୟବସ୍ଥା ଏବଂ ଶିକ୍ଷା ବ୍ୟବସ୍ଥା ମାଡ଼ ଖାଇଥିଲେ ମଧ୍ୟ ପିଲାଙ୍କର ଯେମିତି କୌଣସି ପ୍ରକାରର କ୍ଷତି ହେବନାହିଁ ସେଥିପାଇଁ ପଦକ୍ଷେପ ନେଇଥିଲେ ରାଜ୍ୟ ସରକାର ।

Latest Posts

Don't Miss