spot_img

Latest Posts

ଅନାସ୍ଥା ଭୋଟ୍‌ ପୂର୍ବରୁ ଇସ୍ତଫା ଦେବେ ଇମ୍ରାନ୍‌ ଖାନ୍‌ !

ସୁପ୍ରିମକୋର୍ଟ ଯଦିଓ ଇମ୍ରାନ ଖାନଙ୍କୁ ଏକ ଝଟକା ଦେଇଛନ୍ତି ତଥାପି ସେ ଏବେ ପୁଣିଥରେ ବିରୋଧୀଙ୍କୁ ସରପ୍ରାଇଜ୍‌ ଦେଇ ହାରିଥିବା ବାଜିକୁ ଜିତିବାକୁ ଚେଷ୍ଟା କରିବେ ।  କୁହାଯାଉଛିଯେ, ଇମ୍ରାନ୍‌ ଖାନ୍‌ ଅନାସ୍ଥା ପ୍ରସ୍ତାବରୁ ବଞ୍ଚିବା ପାଇଁ ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । କେବଳ ସେତିକି ନୁହେଁ ବରଂ ଇମ୍ରାନଙ୍କ ସହିତ ତାଙ୍କ ଦଳ ପିଟିଆଇର ସମସ୍ତ ସାଂସଦ ଓ ବିଧାୟକ ମଧ୍ୟ ଇସ୍ତଫା ଦେବେ ।

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଇମ୍ରାନ ଖାନ ସାରା ଦେଶରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନର ଆୟୋଜନ କରିବେ। ଏଥିରେ ସେ ନିଜ ପାଇଁ ଜନସାଧାରଣଙ୍କ ସମର୍ଥନ ସଂଗ୍ରହ କରିବେ ଏବଂ ପାକିସ୍ତାନରେ ତାଙ୍କ ସରକାର ଭାଙ୍ଗିବା ପଛରେ ଦାୟୀ ଥିବା ବିଦେଶୀ ଚିଠିର ଅନୁସନ୍ଧାନ ପାଇଁ ଦାବି କରିବେ।

ଯଦି ଏଭଳି ହୁଏ ତେବେ ସୁପ୍ରିମକୋର୍ଟଙ୍କ ଆଦାଶାନୁସାରେ ଶନିବାର ଅନାସ୍ଥା ପ୍ରସ୍ତାବ ଉପରେ ହେବାକୁ ଥିବା ଭୋଟିଂ ହେବ ନାହିଁ ।  ଅନ୍ୟପକ୍ଷରେ ବିରୋଧୀ ଦଳର କହିବା ମୁତାବକ, ଅନାସ୍ଥା ଭୋଟରେ ହାରିବା ପରେ ଇମ୍ରାନ ଖାନ ଦେଶ ଛାଡି ପଳାଇଯିବେ।

Latest Posts

Don't Miss