ସ୍ୱତନ୍ତ୍ର ରାଷ୍ଟ୍ର ଗଠନ ନେଇ ନିଷ୍ପତ୍ତି ନେବେ କାଶ୍ମୀର ବାସୀ, ଏ ନେଇ ସୁଯୋଗ ଦେବ ପାକିସ୍ତାନ : ଇମ୍ରାନ୍ ଖାନ୍

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପୁଣି ଥରେ କଶ୍ମୀର ପ୍ରସଂଗରେ ପ୍ରଳାପ କରିଛନ୍ତି । ସେ କହିଛନ୍ତି ଯେ, କଶ୍ମୀର ଲୋକେ ପାକିସ୍ତାନ ସହ ମିଶିବେ କି ସେମାନେ ସ୍ୱତନ୍ତ୍ର ରାଷ୍ଟ୍ର ଗଠନ କରିବେ, ଏ ନେଇ ସେମାନେ ନିଷ୍ପତ୍ତି ନେବେ । ଏବଂ ଏ ଦିଗରେ ନିଷ୍ପତ୍ତି ନେବା ଲାଗି ପାକିସ୍ତାନ ସେମାନଙ୍କୁ ସୁଯୋଗ ଦେବେ ।  ତେବେ  କଶ୍ମୀର ପାକିସ୍ତାନର ଅଭିନ୍ନ ଅଙ୍ଗ ବୋଲି ଭାରତ ଏବଂ ବିଶ୍ୱ ସମୁଦାୟ ଆଗରେ କହିଆସୁଛି । ଇମ୍ରାନ୍ ଖାନ୍ ପାକିସ୍ତାନ ଅଧିକୃତ କଶ୍ମୀରର ତରାରେ ରାଲି କରିବାକୁ ପହଞ୍ଚିଥିଲେ । ଆସନ୍ତା ୨୫ ଜୁଲାଇରେ ଏଠରେ ନିର୍ବାଚନ ହେବାକୁ ଥିବା ବେଳେ ସେ ଏଠାରେ ଏକ ନିର୍ବାଚନ ରାଲିକୁ ସମ୍ୱୋଧିତ କରିଥିଲେ । ସେ ଏଠାରେ କଶ୍ମୀରକୁ ପାକିସ୍ତାନର ଅଂଶ ବନାଇବା ନେଇ ଯୋଜନା ପ୍ରସ୍ତୁତ କରାଯାଉଥିବା ନେଇ ବିରୋଧୀଙ୍କ ଦାବକୁ ଖାରଜ କରିଛନ୍ତି ।

ପାକିସ୍ତାନ ମୁସଲିମ୍ ଲିଗ୍ ନଓ୍ୱାଜ ନେତା ମରୟମ୍ ନଓ୍ୱାଜ ଦେଇଥିବା ବୟାନର ପ୍ରତିକ୍ରିୟାର ସେ ଏହା କହିଛନ୍ତି । ୧୮ ଜୁଲାଇରେ ଏଠରେ ହୋଇଥିବା ଏକ ରାଲିରେ ମରିୟମ୍ କହିଥିଲେ ଯେ, କଶ୍ମୀର ସ୍ଥିତିରେ ପରିବର୍ତ୍ତନ ଆଣିବା ନେଇ ଏବଂ ଏହାକୁ ପାକିସ୍ତାନର ଏକ ପ୍ରାନ୍ତ ବନାଇବା ନେଇ ପ୍ରସ୍ତୁତି ହୋଇସାରିଛି ।

ଏଥିସହିତ ପଢ଼ନ୍ତୁ: ଟୋକିଓରେ ଭାରତର ପଦକ ଯାତ୍ରା ଆରମ୍ଭ: ମହିଳା ଭାରୋତ୍ତୋଳନକାରୀ ମୀରାବାଈ ଚାନୁ ହାତେଇଲେ ରୌପ୍ୟ ପଦକ

Leave a Reply