ଆସନ୍ତା ୧୯ ତାରିଖରେ ପିଏମ-କିଷାନ ସମ୍ମାନ ନିଧି ଯୋଜନାର ୨୧ତମ କିସ୍ତି ଜାରି ହେବ । ଏନେଇ କୃଷି ଓ କିଷାନ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ୍ୟ କୃଷକଙ୍କ ବ୍ୟାଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ଟ୍ରାନ୍ସଫର କରିବେ । ଏହି ଯୋଜନା ୨୦୧୯ ମସିହା ଫେବୃଆରୀ ୨୪ ତାରିଖ ଠାରୁ ଆରମ୍ଭ ହୋଇଥିଲା । ପ୍ରତି ଯୋଗ୍ୟ କିଷାନ ପରିବାରକୁ ବାର୍ଷିକ ୬ ହଜାର ଟଙ୍କାର ସହାୟତା ମିଳିଥାଏ । ଏବେ ସୁଦ୍ଧା ସାରା ଦେଶରେ ୧ କୋଟିରୁ ଅଧିକ କୃଷକ ପରିବାରଙ୍କୁ ୨୦ଟି କିସ୍ତି ମାଧ୍ୟମରେ ମୋଟ ୩.୭୦ ଲକ୍ଷ କୋଟିରୁ ଅଧିକ ରକମ ପ୍ରଦାନ କରାଯାଇଛି ।
ଯଦିଓ ନଭେମ୍ବର ୧୯ରେ ୨୧ତମ କିସ୍ତି ଜାରି କରାଯିବ, ତେବେ ବିଶେଷ ସମୂହର କିଷାନଙ୍କୁ ଏହି ରାଶି ମିଳିବା ମୁସ୍କିଲ ହୋଇପାରେ । ଯେଉଁମାନେ e-KYC ସମ୍ପୂର୍ଣ୍ଣ କରିନାହାନ୍ତି ସେମାନଙ୍କୁ ଏହି ରାଶି ମିଳିବାରେ ସମସ୍ୟା ସୃଷ୍ଟି ହେବ । ଏଥିସହିତ ଯଦି ଆପଣଙ୍କ ଆଧାର ଓ ବ୍ୟାଙ୍କ ପରସ୍ପର ସହ ଲିଙ୍କ ହୋଇନଥିବ, ତେବେ ଆପଣଙ୍କ କିସ୍ତି ଅଟକିପାରେ । ସେଥିପଇଁ ଯଦି ଆପଣମାନେ ଏବେ ସୁଦ୍ଧା ଇ-କେଓ୍ବାଇସି କରିନାହାନ୍ତି, ତେବେ ତୁରନ୍ତ ତାହାକୁ ପୂରା କରିନିଅନ୍ତୁ ।

