ଆସନ୍ତାକାଲି ପଶ୍ଚିମବଙ୍ଗ ଯିବେନି ମୋଦି, ଉଚ୍ଚସ୍ତରୀୟ କୋଭିଡ ବୈଠକ ଯୋଗୁ କଲେ ବାତିଲ

କୋଲକାତା: ଆସନ୍ତାକାଲି ପଶ୍ଚିମବଙ୍ଗ ନିର୍ବାଚନ ରାଲିରେ ଯୋଗ ଦେବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ ସ୍ଥିତି ସମୀକ୍ଷା କରିବା ଏବଂ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବା ଯୋଗୁଁ ପ୍ରଧାନମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏନେଇ ପ୍ରାଧନମନ୍ତ୍ରୀ ନିଜେ ଟ୍ବିଟର ମାଧ୍ୟମରେ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ୨୩ ଏପ୍ରିଲରେ ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତ ରହିଥିଲା । ମାଲଦା, ମୁର୍ସିଦାବାଦ, ବୀରଭୂମି, ଏବଂ କୋଲକାତାରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିତିଲା । ସେପଟେ ଯେହେତୁ ସମଗ୍ରେ ଦେଶରେ କୋଭିଡ ସ୍ଥିତି ଭୟାବହ ହୋଇଛି ଏବଂ ଅନେକ ସ୍ଥାନରେ ଅକ୍ସିଜେନ ଅଭାବ ହେବା ଭଳି ପରିସ୍ଥିତି ପରିଲିଖିତ ହୋଇଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ବାତିଲ କରିଥିବା ଜଣାପଡିଛି ।

Leave a Reply