spot_img

Latest Posts

ଜେଡ୍ ମୋଡ୍ ଟନେଲର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନନ୍ଦିଘୋଷ ବ୍ୟୁରୋ: ଜାମୁ କାଶ୍ମୀରରେ ସୋନମର୍ଗ ପ୍ରକଳ୍ପର ଉଦଘାଟନ। ଜେଡ୍ ମୋଡ୍ ଟନେଲର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଉପସ୍ଥିତ ଥିଲେ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା। ସୁଡ଼ଙ୍ଗ ନିର୍ମାଣ ପରେ ଲଦ୍ଦାଖକୁ ଯାତାୟାତ ସୁଗମ ହୋଇଛି। ଭାରତୀୟ ସେନାର ଅପରେସନରେ ସହାୟକ ହେବ ଏହି ସୁଡ଼ଙ୍ଗ। ଶୀତ ଋତୁରେ ପ୍ରବଳ ବରଫପାତ ସମୟରେ ମଧ୍ୟ ଦୁର୍ଗମ ଅଂଚଳରେ ପହଞ୍ଚିପାରିବେ ଭାରତୀୟ ସେନାର ଯବାନ।ଏହି ପ୍ରକଳ୍ପରେ ଦୁଇଟି ଟନେଲ ନିର୍ମାଣ କରାଯାଉଛି ।

୧୨ କିଲୋମିଟର ଦୂରତା ଏବେ କମି ୬ କିଲୋମିଟର ହୋଇଛି। ଏହି ଦୂରତା ପାର କରିବାକୁ ମାତ୍ର ୧୫ ମିନିଟ ସମୟ ଲାଗିବ। ୨୦୧୫ରେ ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ଗତ ବର୍ଷ ଏହି ସୁଡ଼ଙ୍ଗ ନିର୍ମାଣ କାମ ଶେଷ ହୋଇଥିଲା। ଜେଡ ମୋଡ୍ ସୁଡଙ୍ଗ ଦ୍ଵାରା ଶ୍ରୀନଗର- କାରଗିଲ- ଲେହ ରାଜପଥରେ ରହିଛି। ଏହି ଅଂଚଳରେ ସବୁଠାରୁ ଅଧିକ ବରଫପାତ ହୋଇଥାଏ। ଏହି ସୁଡ଼ଙ୍ଗ ନିର୍ମାଣ ପରେ ଏବେ ଯାତାୟାତ ଆହୁରି ସୁଗମ ହୋଇପାରିବ। ଜେଡ ମୋଡ ଟନେଲ ହେବା ଦ୍ଵାରା ଗଗନଗୀର ଏବଂ ସୋନମାର୍କ ମଧ୍ୟରେ ଯାତାୟାତ ସୁବିଧା ହେବ। ସେହିପରି ଅନ୍ୟ ଏକ ସୁଡ଼ଙ୍ଗର ଲମ୍ବ ରହିଛି ୧୪ କିଲୋମିଟର। ଏହା ଜୋଜିଲା ଏବଂ ବାଲଟାଲ ମଧ୍ୟରେ ରହିଛି।

Latest Posts

Don't Miss