ହାତ ତିଆରି ମାସ୍କ ପିନ୍ଧି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ,କେଜ୍ରିୱାଲ କହିଲେ ଲକଡାଉନ୍ ବଢାଅ

ନୂଆଦିଲ୍ଲୀ: ଲକଡାଉନ୍ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହାତ ତିଆରି ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ସେମାନଙ୍କ ମତାମତ ଜାଣିଥିଲେ । ଏହି ସମୟରେ ସେ କୋରନା ବିରୋଧରେ ଏକାଠି ଲଢେଇ ଲଢାଯିବ ବୋଲି କହିଥିଲେ । ସେ ମଧ୍ୟ ୨୪ ଘଣ୍ଟା ମୁଖ୍ୟମନ୍ତ୍ରୀଙ୍କ ମତାମତ ଶୁଣିବାକୁ ଉପଲବ୍ଧ ବୋଲି କହିଛନ୍ତି ।  ସେ କହିଥିଲେ ଯେ, ‘ ମୁଁ ୨୪ ଘଣ୍ଟା ଉପଲବ୍ଧ ଅଛି । କୌଣସି ମୁଖ୍ୟମନ୍ତ୍ରୀ ଯେତେବେଳେ ଚାହିଁବେ ମୋ ସହ କଥା ହୋଇପାରିବେ ।

ଆଲୋଚନା କାଳରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଏକ ପ୍ରେଜେଣ୍ଟେସନ୍ ଦିଆଯାଇଥିଲା । ଏହା ପରେ ଜଣକ ପରେ ଜଣେ ମୁଖ୍ୟମନ୍ତ୍ରୀ ନିଜ ମତାମତ ରଖିଥିଲେ ।

କେନ୍ଦ୍ର ସରକାର ଚଳିତ ସପ୍ତାହରେ ଲୋକଙ୍କୁ ଘର ତିଆରି ମାସ୍କ ପିନ୍ଧିବାକୁ ଉପେଦଶ ଦେଇଥିଲେ । କେନ୍ଦ୍ର ତରଫରୁ ଦୁଇ ସେଟ୍ ଘରେ ତିଆରି ମାସ୍କ ରଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା । ଆଜି ପ୍ରଧାନମନ୍ତ୍ରୀ ନିଜ ହାତତିଆରି ମାସ୍କ ପିନ୍ଧି ଲୋକଙ୍କୁ ସେହି ସନ୍ଦେଶ ଦେଇଛନ୍ତି ।

 

କେଜ୍ରିୱାଲ କହିଲେ ଲକଡାଉନ୍ ବଢାଯାଉ

ଓଡ଼ିଶା ଓ ପଂଜାବ ଭଳି ରାଜ୍ୟ ନିଜ ପ୍ରଦେଶରେ ଲକଡାଉନ୍ ଅବଧି ବଢାଇ ସାରିଥିବା ବେଳେ ବାକି ରାଜ୍ୟଙ୍କ ମଧ୍ୟରୁ ଅନେକ ଲକଡାଉନ୍ ଅବଧି ବୃଦ୍ଧି ସପକ୍ଷରେ ଅଛନ୍ତି । ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ ଲକଡାଉନକୁ ଅତିକମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢାଇବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ,ଲକଡାଉନ୍ ବଢାଇବା ନେଇ ଜାତୀୟ ସ୍ତରରେ ନିଷ୍ପତ୍ତି ନିଆଯିବା ହିଁ ଠିକ୍ ହେବ । କାରଣ ରାଜ୍ୟ ସ୍ତରରେ ଏହି ନିଷ୍ପତ୍ତି ନିଆଗଲେ ପ୍ରଭାବି ହେବ ନାହିଁ । ଯଦି ବି ଲକଡାଉନ୍ ଉଠାଯାଏ ତେବେ ପରିବହନ (ରେଳ,ସଡକ ଓ ବିମାନ) ସେବାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ସେ ଦାବି କରିଛନ୍ତି । 

 

Leave a Reply