spot_img

Latest Posts

ଉନ୍ମୋଚିତ ହେଲା ‘ଓଡ଼ିଶା ଇତିହାସ’ର ହିନ୍ଦୀ ଅନୁବାଦ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଉନ୍ମୋଚିତ ହୋଇଯାଇଛି ‘ଓଡ଼ିଶା ଇତିହାସ’। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତଥା ଜନନାୟକ ହରେକୃଷ୍ଣ ମହତାବଙ୍କ ଦ୍ୱାରା ରଚିତ ଏହି ପୁସ୍ତକର ହିନ୍ଦୀ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ମହତାବଙ୍କ ପରି ବ୍ୟକ୍ତିତ୍ୱକୁ ପ୍ରଧାନମନ୍ତ୍ରୀ ଭୁରି ଭୁରି ପ୍ରଶଂସା କରିଥିବା ବେଳେ ସେ ଭେଦଭାବ ଦୂର କରିବା ଦିଗରେ କାମ କରିଥିଲେ ବୋଲି କହିଛନ୍ତି।

ଜଣେ ମୁଖ୍ୟମନ୍ତ୍ରୀ ଭାବେ ସେ ବହୁ ବଡ଼ ବଡ଼ ନିଷ୍ପତ୍ତି ନେଇଥିଲେ। ଯାହା ଦ୍ୱାରା ଓଡ଼ିଶାରେ ବିକାଶର ଅୟମାରମ୍ଭ ହୋଇଥିଲା । ଏହାସହ ମୋଦି କହିଛନ୍ତି, ଓଡ଼ିଶାର ଇତିହାସ ବିବିଧଭରା । ଏସବୁ ଲୋକଙ୍କ ପାଖରେ ପହଞ୍ଚିବା ଉଚିତ । ସହିଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତିଚାରଣ ହେବା ଦରକାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏପରିକି ଓଡ଼ିଶାର ବ୍ୟାପକ ତଥା ବିବିଧ ଇତିହାସ ଦେଶବାସୀଙ୍କ ନିକଟରେ ପହଞ୍ଚିବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି ।

ଓଡ଼ିଶା ଇତିହାସକୁ ଖେଳାଇଲେ ସେଥିରେ ଆମକୁ ଓଡ଼ିଶାର ଇତିହାସ ସଙ୍ଗେସଙ୍ଗେ ସମଗ୍ର ଭାରତର ଐତିହାସିକ ସାମର୍ଥ୍ୟ ମଧ୍ୟ ନଜର ଆସିବ ବୋଲି ମୋଦି ପ୍ରକାଶ କରିଛନ୍ତି । ତେବେ ଡକ୍ଟର ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରରେ ପୁସ୍ତକଟିର ଲୋକାର୍ପଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡି ସାଂସଦ ତଥା ହରେକୃଷ୍ଣ ମହତାବଙ୍କ ପୁତ୍ର ଭର୍ତ୍ତୃହରି ମହତାବ ପ୍ରମୁଖ ଉପସ୍ଥିତ ଥିଲେ ।

Latest Posts

Don't Miss