ରୌପ୍ୟ ଜିତିବା ପରେ ଭାବୁକ ହେଲେ ସୁହାସ: ‘ଦିବ୍ୟାଙ୍ଗ ବୋଲି ଭାବୁଥିଲି ଭଗବାନ କ’ଣ କଲେ ? ‘  

1 min read
Pm Modi Speaks With Silver Medal Winner Noida DM Suhas

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଓ ଗୌତମ ବୁଦ୍ଧ ନଗରର ଜିଲ୍ଲା ଅଧିକାରୀ ସୁହାସ ଏଲ୍ ୟଥିରାଜ ଟୋକିଓ ପାରା ଅଲମ୍ପିକରେ ସିଲଭର ଜିତି ଇତିହାସ ରଚିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ସୁହାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଫୋନରେ ସୁହାସଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । କଥାହେବା ବଳେ ସୁହାସ ପିଏମ୍ ମୋଦିଙ୍କୁ କହିଛନ୍ତି, ସେ ପୂର୍ବରୁ ଭାବୁଥିଲେ ଉପରୱାଲା ତାଙ୍କୁ କାହିଁକି ଦିବ୍ୟାଙ୍କ କଲା । ଏବେ ଭଗବାନ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବାର ସୁଯୋଗ ଦେଇଛନ୍ତି । ଭଗବାନଙ୍କ କୃପା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଶୀର୍ବାଦରୁ ରୌପ୍ୟ ଜିତିଥିବା କହିଛନ୍ତି ସୁହାସ ।

କର୍ଣ୍ଣାଟକର ଛୋଟ ସହର ଶିମୋଗାର ସୁହାସ କହିଛନ୍ତି ଛୋଟ ଥିବାବେଳେ ପିଲାବେଳେ କେବେ ଆଇଏଏସ୍ ହେବି, ଜିଲ୍ଲାପାଳ ବନିବି, ଅଲମ୍ପିକରେ ପଦକ ଜିତିବି । କିନ୍ତୁ ଭଗବାନଙ୍କ କୃପା ଏବଂ ଆଶୀର୍ବାଦ ଯୋଗୁଁ ଏ ପର୍ଯ୍ୟନ୍ତ ପହଞ୍ଚି ପାରିଛି ।

ଟୋକିଓ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସୁହାସଙ୍କ ସହ କଥା ହୋଇ ମନୋବଳ ବୃଦ୍ଧି କରିଥିଲେ । କହିଥିଲେ- ସାମନାରେ କିଏ ଅଛି ଦେଖିବା ଦରକାର ନାହିଁ । କେବଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ କର । ମୁଁ ଏହାକୁ ମନରେ ରଖି ଖେଳଥିଲି ଏବଂ ପଦକ ପାଇବାରେ ସଫଳ ହୋଇଛି ବୋଲି ସୁହାସ କହିଛନ୍ତି ।

Leave a Reply