spot_img

Latest Posts

୭୦ ବର୍ଷରେ ପାଦ ଦେଲେ ରଜନୀକାନ୍ତ: ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଆଜି ୭୦ ବର୍ଷରେ ପାଦ ଦେଇଛନ୍ତି। ସେ କେବଳ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ ବଲିଉଡରେ ମଧ୍ୟ ନିଜର ଚମତ୍କାର ଅଭିନୟ ବଳରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ରଜନୀଙ୍କ ଫ୍ୟାନ୍ ତାଙ୍କୁ ଭଗବାନଙ୍କ ଭଳି ପୂଜା କରନ୍ତି ଓ ତାଙ୍କୁ ଥଲାଇଭା ବୋଲି ଡାକନ୍ତି। ତେବେ ଆଜି ତାଙ୍କ ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଆସୁଛି।

ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ରଜନୀକାନ୍ତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ‘ପ୍ରିୟ ରଜନୀକାନ୍ତ ଜୀ, ଆପଣଙ୍କୁ ଜନ୍ମଦିନର ଶୁଭେଚ୍ଛା! ଆପଣ ଦୀର୍ଘ ଏବଂ ସୁସ୍ଥ ଜୀବନଯାପନ କରନ୍ତୁ।’ ରଜନୀକାନ୍ତ କେବଳ ସିନେମା ପ୍ରେମୀଙ୍କ ପ୍ରିୟ ନୁହଁନ୍ତି ରାଜନୀତିରେ ମଧ୍ୟ ତାଙ୍କର ବେଶ୍ ପ୍ରଭାବ ରହିଛି। ନିକଟରେ ସେ ଘୋଷଣା କରିଥିଲେ ଯେ ଖୁବ୍ ଶୀଘ୍ର ସେ ନିଜର ଏକ ରାଜନୈତିକ ଦଳ ଆରମ୍ଭ କରିବେ ଏବଂ ୨୦୨୧ ନିର୍ବାଚନରେ ​​ମଧ୍ୟ ଲଢ଼ିବେ।

ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନା ମଧ୍ୟ ରଜନୀକାନ୍ତଙ୍କ ୭୦ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ସଙ୍ଗୀତଜ୍ଞ ଏ ଆର୍ ରହମାନ ମଧ୍ୟ ତାଙ୍କ ପ୍ରଶଂସକଙ୍କ ତରଫରୁ ଏକ କମନ ଡିସପ୍ଲେ ପିକ୍ଚର ଟ୍ୱିଟ୍ କରିଛନ୍ତି। ଏଥିରେ ରଜନୀକାନ୍ତଙ୍କର  ଅନେକ ନୂଆ ଏବଂ ପୁରୁଣା ଲୁକ୍ ଦେଖିବାକୁ ମିଳିଛି। ଏମାନଙ୍କ ବ୍ୟତୀତ ଆହୁରି ଅନେକ ସେଲେବ୍ରିଟି ମଧ୍ୟ ରଜନୀଙ୍କୁ ଜନ୍ମଦିର ଶୁଭେଚ୍ଛା ଜଣାଇଛନ୍ତି। ଆଜି ରଜନୀ ନିଜର ୭୦ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ପରିଣତ ବୟସରେ ବି ସେ ଫି୍ମ ଜଗତରେ ସକ୍ରିୟ ଅଛନ୍ତି ଓ ଗୋଟେ ପରେ ଗୋଟେ ବ୍ଲକବଷ୍ଟର ଫିଲ୍ମ ଦେଉଛନ୍ତି। ଫିଲ୍ମ ଜଗତରେ ରଜନୀଙ୍କ ଅତୁଳନୀୟ ଅବଦାନ ଯୋଗୁ ତାଙ୍କୁ ଭାରତ ସରକାରଙ୍କ ଦ୍ୱାରା ପଦ୍ମଭୂଷଣ ଓ ପଦ୍ମବିଭୂଷଣ ପରି ଭଳି ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଛି।

Latest Posts

Don't Miss