ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ, ୫ ଜଣିଆ ତଦନ୍ତ କମିଟି ଗଠନ କଲା ସୁପ୍ରିମକୋର୍ଟ

1 min read

ନୂଆଦିଲ୍ଲୀ: ପଞ୍ଜାବର ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ଘଟଣା । ଏହି ମାମଲାର ଯାଞ୍ଚ ପାଇଁ ୫ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦୁ ମଲହୋତ୍ରା କମିଟିର ଅଧ୍ୟକ୍ଷତା କରିବେ। ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କ ବ୍ୟତୀତ ଏହି କମିଟିରେ NIA DG, ଚଣ୍ଡିଗଡ଼ ପୋଲିସ DG, ପଞ୍ଜାବ ADGPଙ୍କୁ କମିଟିରେ ସାମିଲ କରାଯାଇଛି । ପଞ୍ଜାବ-ହରିଆଣା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ମଧ୍ୟ ତଦନ୍ତ କମିଟିରେ ସାମିଲ କରାଯାଇଛି ।

ସୁରକ୍ଷାରେ କାହିଁକି ହେଲା ତ୍ରୁଟି? ଏହି ତ୍ରୁଟି ପାଇଁ କିଏ କିଏ ଦାୟୀ? ଆଗାମୀ ଦିନରେ ଯେପରି ଏଭଳି ତ୍ରୁଟି ନହୁଏ, ସେଥିପାଇଁ କ’ଣ କ’ଣ ପଦକ୍ଷେପ ନିଆଯିବ? ଏ ସମସ୍ତ ଦିଗରେ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ତଦନ୍ତ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ । ସେହିପରି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠନ କରାଯାଇଥିବା ତଦନ୍ତ କମିଟିର ତଦନ୍ତ ଉପରେ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ସୁପ୍ରିମ କୋର୍ଟ ।

ସୂଚନା ଅନୁସାରେ ଜାନୁଆରୀ ୫ରେ ପ୍ରଧାନମନ୍ତ୍ରୀ ପଞ୍ଜାବ ଗସ୍ତରେ ଥିବାବେଳେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଖବର ସାମ୍ନାକୁ ଆସିଥିଲା । ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଫଳରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ୨୦ ମିନିଟ ପର୍ଯ୍ୟନ୍ତ ଓଭରବ୍ରିଜ୍ ଉପରେ ଫସି ରହିଥିଲା ।

Leave a Reply