ଗ୍ଲୋବାଲ କୋଭିଡ ସମିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ, ବିଶ୍ୱ ନେତାଙ୍କୁ ଦେଲେ ଧନ୍ୟବାଦ

ୱାସିଂଟନ୍: ଆମେରିକାରେ ଗ୍ଲୋବାଲ କୋଭିଡ ସମିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଭାଷଣ ଦେଇଛନ୍ତି । ଦ୍ବିତୀୟ ଲହର ସମୟରେ ସାରା ବିଶ୍ବ ଏକ ପରିବାର ଭଳି ଭାରତ ସହ ଛିଡା ହୋଇଥିଲା ବୋଲି ମୋଦି କହିଛନ୍ତି । ଏଥିପାଇଁ ରାଷ୍ଟ୍ରମୁଖ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଏଥିସହ ଭାରତ ୧୫୦ରୁ ଅଧିକ ଦେଶକୁ କରୋନା ସମୟରେ ଔଷଧ ଏବଂ ଅନ୍ୟାନ୍ୟ ସହାୟତା ଯୋଗାଇଛି । ବିଶ୍ବରେ କରୋନା ସଂକ୍ରମଣ କମିନଥିବା ବେଳେ ଅନେକ ଦେଶ ଟିକାକରଣରେ ବହୁତ ପଛରେ ରହିଛନ୍ତି । ଭାରତରେ ଟିକା ପ୍ରସ୍ତୁତ କରିବାର କ୍ଷମତା ମଧ୍ୟ ବଢିଛି ।

ଯାହାର ଫାଇଦା ମଧ୍ୟ ନେଇଛି ବିଶ୍ବ । ଭାରତରେ ଟିକାକରଣ ଜୋରଦାର ଚାଲିଥିବା ବେଳେ ଏବେ ଗୋଟିଏ ଦିନରେ ଅଢେଇ କୋଟି ଟିକା ନେଇଥିଲେ ଲୋକେ । ଏବେ ସୁଦ୍ଧା ୧୦୦ କୋଟି ଲୋକ ଟିକା ନେଇଥିବା ବେଳେ ୨୦ କୋଟି ଲୋକ ସମ୍ପୂର୍ଣ୍ଣ ଭାବେ ଟିକା ନେଇ ସାରିଛନ୍ତି । ମୋଦି ଆସନ୍ତାକାଲି ଆମେରିକା ଉପରାଷ୍ଟ୍ରପତି କମଳା ହାରିସ, ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦ ସୁଗା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କୁ ଭେଟିବେ ।

24 ତାରିଖରେ ମୋଦି ଓ ବିଡେନଙ୍କ ମଧ୍ୟରେ ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ନିରାପତ୍ତା ପ୍ରସଙ୍ଗରେ ଆଲୋଚନା ହେବ । କମଳା ଓ ମୋଦିଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ବିଶ୍ବ ସ୍ବାସ୍ଥ୍ୟ ସମସ୍ୟା, ଗଣତନ୍ତ୍ର, ମାନବାଧିକାର, ଜଳବାୟୁ ଆଦି ପ୍ରସଙ୍ଗରେ ଆଲୋଚନା ହେବ । ବିଡେନ ବହୁରାଷ୍ଟ୍ରୀୟ ସମ୍ମିଳନୀର ଏକ ଅଧିବେଶନର ନେତୃତ୍ବ କମଳା ହାରିଶ ନେବେ । 25 ତାରିଖରେ ଜାତିସଂଘ ସାଧାରଣ ଆସେମ୍ବ୍ଲି ବୈଠକରେ ମୋଦି ଯୋଗଦେବେ । ସେଠାରେ ସେ ଆତଙ୍କବାଦ, କୋଭିଡ, ନିରାପତ୍ତା ଆଦି ପ୍ରସଙ୍ଗରେ ବିବୃତି ଦେବାର କାର୍ଯ୍ୟକ୍ରମ ରହିଛି ।

Leave a Reply