୫ ଏପ୍ରିଲ ରାତି ୯ଟାରେ ୯ ମିନିଟ ପାଇଁ ଆଲୋକ ଜାଲିବାକୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ବାର୍ତ୍ତା । ଆସନ୍ତା ରବିବାର ଅର୍ଥାତ ଏପ୍ରିଲ ୫ ରବିବାର  ରାତି ୯ ଟା ସମୟରେ ୯ ମିନିଟ ପାଇଁ ମହମବତୀ, ଦୀପ କିମ୍ୱା ମୋବାଇଲ ଫ୍ଳାସ୍ ଲାଇଟ୍‌ ଲଗାଇବା ପାଇଁ କଲେ ନିବେଦନ ।

Blog - Deepavali - Beliefs and Rituals

ଘରର ଅନ୍ୟ ସମସ୍ତ ଲାଇଟକୁ ବନ୍ଦ କରି ଘର ଦ୍ୱାର ନିକଟରେ ଛିଡ଼ା ହୋଇ କିମ୍ୱାର ଘର ବାଲକୋନିରେ ଏକ ମହମବତୀ, ଟର୍ଚ୍ଚ ଲାଇଟ୍ କିମ୍ୱା ଫ୍ଳାସ୍ ଲାଇଟ୍ ଜାଳିବାକୁ ଅପିଲ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏହି ସମୟରେ ଘରୁ ନ ବାହାରିବା ସହିତ କୌଣସି ବି ଜାଗାରେ ଏକତ୍ରିତ ନହେବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ସ୍ଥାନରେ ଗୋଟିଏ ଦୀପ ଜାଳିବେ, ସେତେବେଳେ ଆଲୋକର ସେହି ଶକ୍ତିର ଅନୁଭବ ହେବ, ଯେଉଁଥିରେ ଏହା ପ୍ରକାଶ ପାଇବ ଯେ ଆମେ ସମାନ ଉଦ୍ଦେଶ୍ୟରେ ମିଳିତ ଭାବେ ଯୁଦ୍ଧ କରୁଛୁ | ସେହି ଆଲୋକରେ, ଆସନ୍ତୁ ସମାଧାନ କରିବା ଯେ ଆମେ ଏକା ନୁହଁ | ଏହି ଘଟଣା ସମୟରେ କାହାକୁ ଏକାଠି ହେବାକୁ ପଡିବ ନାହିଁ |

PM Modi holds video conference with CMs on coronavirus ...

ଲକ୍‌ଡାଉନ୍ ସମୟରେ ଅଭୂତପୂର୍ବ ଅନୁଶାସନ ଓ ସେବାଭାବ ପ୍ରଦର୍ଶନ କରିଥିବାରୁ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ୨୨ ମାର୍ଚ୍ଚ ରବିବାର ସନ୍ଧ୍ୟା ୫ଟାରେ କରୋନା ବିରୋଧରେ ଲଢ଼େଇ କରୁଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଥିଲେ ଦେଶବାସୀ । ଯାହା ଅନ୍ୟ ସମସ୍ତ ଦେଶ ପାଇଁ ଉଦାହରଣ ପାଲଟିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

Bollywood Pays a Tribute to Warriors of Coronavirus | Filmfare.com

ଏଥିରୁ ଏହା ଜଣାପଡ଼େ ଯେ, ସମସ୍ତେ ଏକଜୁଟ ହୋଇ କରୋନା ବିରୋଧରେ ଲଢ଼େଇ ଲଢ଼ିପାରିବା । ଲକ୍‌ଡାଉନ୍ ସମୟରେ ପ୍ରାୟତଃ ସମସ୍ତ ଏକୁଟିଆ ରହୁଛନ୍ତି । ସେମାନେ ସେମାନଙ୍କ ଘର ମଧ୍ୟରେ ଆବଦ୍ଦ ହୋଇରହୁଛନ୍ତି । କିନ୍ତୁ ମାର୍ଚ୍ଚ ୨୨ ତାରିଖ ଭଳି କାର୍ଯ୍ୟକ୍ରମ କରୋନା ବିରୋଧୀ ଲଢ଼େଇରେ ଆମେ ନିଜ ନିଜ ଘରମାନଙ୍କରେ ଏକୁଟିଆ ଥିଲେ ବି ଏକଜୁଟ ଥିବା ଦର୍ଶାଉଛି ।

Leave a Reply