ପୁଣି ଆଜି PM-CM ଆଲୋଚନା, ଥାର୍ଡ ୱେଭ ନେଇ ହୋଇପାରେ ଆଲୋଚନା

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ  । ଦେଶରେ ଲାଗି ରହିଥିବା କୋଭିଡ ସ୍ଥିତି ନେଇ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ସାମିଲ ହେବେ ଓଡ଼ିଶା, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ । ରାଜ୍ୟରେ କଣ ରହିଛି କୋଭିଡ୍ ସ୍ଥିତି , ଆଗାମି ଦିନରେ କିଭଳି ଏହାର ମୁକାବିଲା କରାଯାଇପାରିବ ସେ ନେଇ ହେବ ଆଲୋଚନା ।

ସମ୍ଭାବ୍ୟ ତୃତୀୟ ଲହରକୁ ଆଖି ଆଗରେ ରଖି କିଭଳି ମହାମାରୀର ମୁକାବିଲା ହେବ ସେ ନେଇ ରାଜ୍ୟ ସରକାରଙ୍କଠାରୁ ପରାମର୍ଶ ନେଇପାରନ୍ତି କେନ୍ଦ୍ର ସରକାର । ଗତ ୧୩ ତାରିଖରେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମୋଦି । ଏବେ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ତେବେ ହାଟବଜାର ଓ ପର୍ଯ୍ୟଟନସ୍ଥଳୀରେ ଲାଗୁଛି ଭିଡ । ଯାହାକୁ ନେଇ ଚିନ୍ତା ଜାହିର କରିଛନ୍ତି କେନ୍ଦ୍ର ସରକାର ।

Leave a Reply