ପୋଲସରା ଲଢ଼େଇରେ କିଏ ମାରିବ ବାଜି?

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ। ଆସିକା ଲୋକସଭା କ୍ଷେତ୍ରର ବିଧାନସଭା ମଣ୍ଡଳୀ ପୋଲସରା। ଏଠାରେ ଦ୍ବିତୀୟ ପର୍ଯ୍ୟାୟ ତଥା ମେ ୨୦ ତାରିଖରେ ହେବ ମତଦାନ। ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ପରେ ଏଠାରେ ଉଷ୍ମ ହେଲାଣି ରାଜନୈତିକ ପାଣିପାଗ। ପ୍ରଚାର ମଇଦାନରେ ତିନି ଦଳର ପ୍ରାର୍ଥୀ । ବିଜେଡି ଏଠାରେ ଶ୍ରୀକାନ୍ତ ସାହୁଙ୍କ ଉପରେ ପୁଣିଥରେ ଆସ୍ଥା ପ୍ରକଟ କରି ତୃତିୟ ଥର ପାଇ ନିର୍ବାଚିତ ଲଢ଼ିବାକୁ ସୁଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେପଟେ ବିଜେପି ମଧ୍ୟ ପୋଲସରା ନିର୍ବାଚନ ମଣ୍ଡଳୀ ପାଇଁ ଗୋକୁଳାନନ୍ଦ ମଲ୍ଲିକଙ୍କୁ ରିପିଟ୍ କରିଛି । ହେଲେ କଂଗ୍ରେସ ଦେଇଛି ନୂଆ ମୁହଁ । ଆଇନଜୀବୀ ଅଗସ୍ଥି ବରାଡଙ୍କୁ ପ୍ରାର୍ଥି କରିଛି କଂଗ୍ରେସ । ତିନି ରାଜନୈତିକ ଦଳ ପ୍ରଚାରକୁ ଜୋରଦାର କରିଥିବା ବେଳେ ବିଜୁ ଜନତାଦଳର ପ୍ରାର୍ଥି ପ୍ରଚାର ରେ ଆଗୁଆ ରହିଛି ।

ଦିର୍ଘ  ୧୦ ବର୍ଷ ଧରି ପୋଲସରା ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହ ଯୋଡି ହୋଇ ରହିବା, ଅଞ୍ଚଳର ବିକାଶର ସାରଥି ହେବା,  ରାଜ୍ଯ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଭଳି କାଯ୍ୟ କରିଛନ୍ତି ବିଧାୟକ ଶ୍ରୀକାନ୍ତ ସାହୁ । ରାଜ୍ୟ ସରକାରଙ୍କର ବିକାଶର କାର୍ଯ୍ୟକୁ ନେଇ ଲୋକଙ୍କ ନିକଟତର ହେଉଛି ବିଜେଡି। ୨୦୧୯ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ୮୦ହଜାର ୪୬୩ ଭୋଟ ପାଇ ବିଜୟୀ ହେଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାରତୀୟ ଜନତା ପାର୍ଟିର ଗୋକୁଳା ନନ୍ଦ ମଲ୍ଲିକ ୬୭ହଜାର ୭୨୪ ଭୋଟ ପାଇଥିଲେ । କଂଗ୍ରେସ ହରି ଚରଣ ସ୍ୱାଇଁ ପାଇଥିଲେ ୩ହଜାର ୪୯୩ ଭୋଟ । ପୋଲସରା ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୯୮ ହଜାର ୯୧୯ ।