ବରକୁ ଉଠାଇ ନେଲା ପୋଲିସ

ସୁନ୍ଦରଗଡ଼: ବାଜା ବାଜୁଥିଲା, ବରଯାତ୍ରୀ ନାଚୁଥିଲେ । କନ୍ୟାଘର ପାଖେଇ ଆସୁଥିଲା । ମାତ୍ର ବରଯାତ୍ରୀ ଖୁସିରେ ନାଚୁଥିବାବେଳେ ବରକୁ ଉଠାଇ ନେଇଥିଲା ପୋଲି । ଜଣେ ମହିଳାଙ୍କ ସହ ସମ୍ପର୍କ ରଖି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ଯାଉଥିବାବେଳେ ବରକୁ ଉଠାଇ ଆଣିଛି ପୋଲିସ । ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ପୋଲିସ ବରକୁ ଉଠାଇ ଆଣିଥିବା ଦେଖିବାକୁ ମିଳିଛି । ବର ଜଣକ ହେଲେ ବିଷ୍ଣୁ ପିଙ୍ଗର । ତାଙ୍କ ଘର ଗୋବିନ୍ଦପୁର ଥାନା ବାଡ଼ା ଖୋଖୋପଡ଼ା ଗାଁରେ । ସଞ୍ଜୁ ନାମକ ଜଣେ ମହିଳାଙ୍କ ସହ ସେ ସମ୍ପର୍କ ରଖିଥିବାବେଳେ ଦୀର୍ଘଦିନ ହେବ ତାଙ୍କ ଘରକୁ ଯିବାକୁ ଆସିବା କରୁଥିଲେ। ଏପରିକି ସେମାନଙ୍କର ଗୋଟିଏ ଝିଅ ମଧ୍ୟ ରହିଛି । କିନ୍ତୁ ଏବେ ଅନ୍ୟଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଥିବାବେଳେ ସଞ୍ଜୁ ବିଷ୍ଣୁଙ୍କ ନାମରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ ବିଷ୍ଣୁଙ୍କୁ ଉଠାଇ ଆଣିଥିବା କୁହାଯାଇଛି । ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।