ପୁରୀ ପୋଲିସକୁ ସଫଳତା, ୧୧ ଅପରାଧୀଙ୍କୁ ବାନ୍ଧିଲା ପୋଲିସ

ପୁରୀ: ପୁରୀ ପୋଲିସକୁ ସଫଳତା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅପରାଧ ଘଟାଉଥିବା ୧୧ ଅପରାଧୀଙ୍କୁ ବାନ୍ଧିଲା ପୋଲିସ। ସେମାନଙ୍କ ନିକଟରୁ ୧୮ ଲକ୍ଷ ୧୬ ହଜାର ଟଙ୍କା, ୪୬୨ ଗ୍ରାମ ସୁନା, ୫୬୬ ଗ୍ରାମ ରୁପା ଜବତ କରିବା ସହ ୧୬ଟି ଖଣ୍ଡା, ୨ଟି ବନ୍ଧୁକ, ଗୋଟିଏ ସ୍କପିଓ, ଗୋଟିଏ ବାଇକ ଜବତ କରିଛି ପୋଲିସ। ଗତ ୭ ତାରିଖରେ ପିପିଲି ସରସ୍ଵତୀପୁର ଦକ୍ଷିଣସାହି ହୋମିଓପ୍ୟାଥିକ ଡାକ୍ତର ରବୀନ୍ଦ୍ର କୁମାର ମହାପାତ୍ରଙ୍କ ଘରୁ ସୁନା ଅଳଙ୍କାର ସମେତ ଟଙ୍କା ଚୋରି କରିଥିଲେ।

ସମାନ ଢଙ୍ଗରେ ଏହି ଅପରାଧୀ ମାନେ କୋଣାର୍କ ଓ ଅସ୍ତରଙ୍ଗରେ ମଧ୍ଯ ଲୁଟ କରିଥିଲେ। ପୋଲିସର ସ୍ୱତନ୍ତ୍ର ଟିମ ଜିଲ୍ଲାର ବିଭିନ୍ନ ସ୍ଥାନ ଚଢ଼ାଉ କରି ୧୧ ଜଣଙ୍କୁ ଗିରଫ କରିଛି। ପିପିଲି ଅପରାଧୀଙ୍କ ସହଯୋଗୀଙ୍କ ଘରୁ ବନ୍ଧୁକ, ଖଣ୍ତା ସହ ୭ଟି ବୋମା ଜବତ କରିଛି ପୋଲିସ। ୩ ଜଣ ସହଯୋଗୀ ଓ ଜଣେ ସୁନା ଦୋକାନୀଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଥାନାରେ ମାମଲା ରହିଥିବା ଏସପି ସୂଚନା ଦେଇଛନ୍ତି।