ବନ୍ଧା ହେଲା କଣ୍ଟ୍ରାକ୍ଟ କିଲର, ମାରିବା ଆଗରୁ ମାଡ଼ି ବସିଲା ପୋଲିସ

1 min read

ଭୁବନେଶ୍ୱର: ରାଜଧାନୀରୁ ବନ୍ଧା ହେଲା କଣ୍ଟ୍ରାକ୍ଟ କିଲର । ନୟାପଲ୍ଲୀ ଅଞ୍ଚଳର ଜୈନିକ ଠିକାଦରକୁ ହତ୍ୟା କରିବା ପାଇଁ କରିଥିଲା ବ୍ଳୁ-ପ୍ରିଣ୍ଟ । ଅଭିଯୁକ୍ତ ଜଣଙ୍କ ହେଉଛି ଜଗତସିଂହପୁର ସମ୍ପଦ ସାହୁ । ନୟାପଲ୍ଲୀ ଏକ ମନ୍ଦିରର ସାମ୍ନାରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବା ପାଇଁ ଦୁଇ ଅଭିଯୁକ୍ତ ବୁଲା ବୁଲି କରୁଥିବା ବେଳେ ମାଡି ବସିଥିଲା ପୋଲିସ୍ । ଜଣେ ଅଭିଯୁକ୍ତ ଖସି ପଳାଇଥିବା ବେଳ ସୁପାରୀ କିଲର ସମ୍ପଦ ସାହୁକୁ ପୋଲିସ କାବୁ କରିଛି । ଶୁକ୍ରବାର ରାତି ସାଢେ ୯ଟା ବେଳେ ନୟାପଲ୍ଲୀ ସ୍ବପ୍ନେଶ୍ୱର ମନ୍ଦିର ନିକଟରେ ବ୍ୟବସାୟୀଙ୍କ ଫେରିବା ସମୟକୁ ଅପେକ୍ଷା କରିଥିଲେ ଅଭିଯୁକ୍ତ ।

ଠିକାଦାର ଓ କୋଇଲା ଚାଲଣକୁ ନେଇ ବିବାଦକୁ ନେଇ ବ୍ୟବସାୟୀଙ୍କୁ ମର୍ଡର କରିବାକୁ କଣ୍ଟ୍ରାକ୍ଟ ନେଇଥିଲା କିଲର ସମ୍ପଦ । ଏନେଇ ଖବର ପାଇବା ପରେ ସାଧା ପୋଷାକରେ ଦୁଇ ଅଭିଯୁକ୍ତକୁ ଧରିବା ପାଇର୍ ଜାଲ ବିଛାଇ ଥିଲା ପୋଲିସ । ବାଇକରେ ବସିଥିବା ଯୁବକ କାବୁ କରିବାକୁ ଗଲା ବେଳେ ଧକ୍କା ମାରି ସେ ଦୌଡି ପଳାଇଥିଲା । ଆଉ ସୁପାରୀ କିଲର ସମ୍ପଦ ପୋଲିସକୁ ଦେଖାଇଥିଲା ବନ୍ଧୁକ । ସମ୍ପଦ ଠାରୁ ଦୁଇଟି ହାଇ ପ୍ରୋଫାଇଲ ବନ୍ଧୁକ , ୮ ରାଉଣ୍ଡ ଗୁଳି ଓ ଲଙ୍କା ଗୁଣ୍ଡ ସ୍ପ୍ରେ ଜବତ ହୋଇଛି ।

ଫେରାର ହୋଇଥିବା ଅଭିଯୁକ୍ତକୁ ଧରିବାକୁ ପୋଲିସ ଚଡାଉ ଜାରି ରଖିଛି । କିଲର ସମ୍ପଦ ନାମରେ ଜଗତସିଂପୁର, କେନ୍ଦ୍ରାପଡା, କଟକର ମାଲଗୋଦାମ, ବାରଙ୍ଗ, ବିଡାନାସୀ, ତିର୍ତ୍ତୋଲ, ପାଟକୁରା ଥାନାରେ ସମ୍ପଦ ଥାନାରେ ରହିଛି ଅପରାଧିକ ମମାଲା । ୨୦୧୬ ମସିହାରେ ବାରଙ୍ଗ ମଦ ଦୋକନୀକୁ ହତ୍ୟା ଘଟଣାରେ ଅଭିଯୁକ୍ତ ସମ୍ପଦ ସାମିଲ ଥିଲା । ସମ୍ପଦ ଠାରୁ ଅଧିତ ତଥ୍ୟ ସଂଗ୍ରହ ପାଇଁ ତାକୁ ରିମାଣ୍ଡରେ ଆଣିବ ପୋଲିସ ।

Leave a Reply