ଦିନବେଳା ରଙ୍ଗ ମିସ୍ତ୍ରୀ, ରାତିରେ ଚୋରି

Police Arrested Colour Painter Thief In Bhubaneswar

ଭୁବନେଶ୍ୱର: ଧରା ପଡ଼ିଲା ଧୂରନ୍ଧର । ୨୦୧୬ରୁ କମିଶନରେଟ ପୋଲିସର ମୋଷ୍ଟ ଓ୍ବାଣ୍ଟେଡ୍‌ ଲିଷ୍ଟରେ ଥିବା ନୟାଗଡ଼ର ଦିଲ୍ଲୀପ ନାୟକଙ୍କୁ କାବୁ କରିଛି ପୋଲିସ । ରଙ୍ଗମିସ୍ତ୍ରୀ ଆଳରେ ଦିଲୀପ ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ ଲୁଟ୍‌ କରିବା ସହ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ଥିଲା । ଚୋରି ଟଙ୍କାରେ ନିଜେ ମଉଜ କରିବା ସହ ଦୁଇ ସ୍ତ୍ରୀଙ୍କୁ ଗିଫ୍ଟ କରୁଥିଲା ଲୁଟ୍‌ ଅଳଙ୍କାର ।

Police Arrested Colour Painter Thief In Bhubaneswar

ଏହାସହ ଚୋରି ସୁନା, ଗହଣା ନେଇ ଭୁବନେଶ୍ବର ବାହାରେ ସୁନା ଦୋକାନରେ ବିକ୍ରି କରୁଥିଲା ଦିଲୀପ । ୧୧ଟି ଲୁଟ୍‌, ଦୁଷ୍କର୍ମ ମାମଲାରେ ଆଜି ଦିଲୀପକୁ ଗିରଫ କରିଛି ପୋଲିସ । ଦିଲୀପ ସହ ସୁନା ଦୋକାନ ମାଲିକଙ୍କୁ ମଧ୍ୟ ପୋଲିସ କାବୁ କରିଥିବା ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି । ଦିଲୀପ ପାଖରୁ ୨ଟି ବାଇକ, କାର ସହ ସୁନା ୪୪ ହଜାର ଟଙ୍କା, ଏସି ଆଦି ମିଳିଛି ।

Leave a Reply