ରାଜଧାନୀରେ ପିଲା ଚୋରି ଓ ବିକ୍ରି ଉଦ୍ୟମ ପଣ୍ଡ, ୫ ଦିନ ପରେ ମିଳିଲା ନାବାଳିକା

ଭୁବନେଶ୍ୱର: ରାଜଧାନୀରେ ପିଲା ଚୋରି ଓ ବିକ୍ରି ଉଦ୍ୟମ ପଣ୍ଡ। ସିସିଟିଭିରେ ନାବାଳିକାକୁ ଚୋରି କରିନେଇ ଯାଉଥିଲା ଅପରାଧି । ୫ ଦିନ ପରେ ମିଳିଲା ନାବାଳିକା । ନାବାଳିକାକୁ ଚୋରି କରି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲୁଚାଇ ରଖିଥିଲା ଅପରାଧି । ଏହି ଘଟଣା ଇନଫୋସିଟି ଥାନା ଶିଖରଚଣ୍ଡୀ ବସ୍ତିରେ ଘଟିଛି । ଗତ ଶନିବାରଠାରୁ ଶଖରଚଣ୍ଡୀ ବସ୍ତିର ଜଣେ ନାବାଳିକାଙ୍କ ପତ୍ତା ନଥିଲା । ଦିନ ମଜୁରିଆ ବାପା, ମାଆ ବହୁ ଖୋଜା ଖୋଜି ପରେ ଥାନାରେ ଏତଲା କରିଥିଲେ ।

ବାପା, ମାଆ ଏତଲା ଦେବା ପରେ ପୋଲିସ ଏହି ଘଟଣାକୁ ପ୍ରଥମେ ହାଲକା ଭାବରେ ନେଇଥିଲା । କିନ୍ତୁ ଅଭିଯୁକ୍ତ ଜଣକ ପିଲାଟିକୁ ନେଇ ଚନ୍ଦ୍ରଶେଖରପୁର ଅଞ୍ଚଳରେ ବୁଲୁଥିବା ବେଳେ ଲୋକ ଦେଖିଥିଲେ। ଏହା ପରେ ପୋଲିସ ଏବଂ ସ୍ଥାନୀୟ ଲୋକ ମିଳିତ ଭାବେ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ କାବୁ କରିଥିଲେ ।