ଛକରେ ଜଗିଛି ପୋଲିସ, ଗଳିରେ ବୁଲୁଛନ୍ତି ଲୁଟେରା

1 min read

ଭୁବନେଶ୍ୱର : ବେଧଡ଼କ, ବେଫିକର । କାହାକୁ ଡର ନାହିଁ କି ପୋଲିସକୁ ଖାତିର ନାହିଁ । ରାଜଧାନୀରେ ମାତିଛନ୍ତି ଲୁଟେରା । ଛକରେ ଜଗିଛି ପୋଲିସ। ଗଳିରେ ବୁଲୁଛନ୍ତି ଲୁଟେରା । ବିନା ପୋଷାକରେ ରାଜଧାନୀରେ ପୋଲିସକୁ ଖୁଲେଆମ ଚ୍ୟାଲେଞ୍ଜ ଦେଇଛନ୍ତି ଚଡି ଗ୍ୟାଙ୍ଗ । ଗୋଟିଏ କିମ୍ବା ଦୁଇଟି ନୁହେଁ ଏକକାଳୀନ ୪ ଟି ଫ୍ଲାଟ ରୁ ହୋଇଛି ଲୁଟ । ପାହାଳ ଥାନା ମେଟ୍ରୋ ସାଟେଲାଇଟ ଆପାର୍ଟମେଣ୍ଟରୁ ଲୁଟ୍ ଅଭିଯୋଗ । ନନ୍ଦିଘୋଷ ଟିଭି ହାତରେ ଲାଗିଛି Exclusive CCTV ଫୁଟେଜ । ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଁଚି ଛାନଭିନ ଆରମ୍ଭ କରିଛି । ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଆପାର୍ଟମେଣ୍ଟ ପରିଦର୍ଶନ କରିଛନ୍ତି । ସୁରକ୍ଷା ଦାୟିତ୍ବରେ ଥିବା ସିକ୍ଯୁରିଟି ଗାର୍ଡଙ୍କୁ ପଚରାଉଚରା କରିଛନ୍ତି । ସିସିଟିଭି ଫୁଟେଜରେ ଫୁଙ୍ଗୁଳା ଦେହରେ ୪-୫ ଜଣ ଲୋକ ବୁଲୁଥିବା ଦେଖାଯାଇଛି । ଚଡ଼ି ଗ୍ଯାଙ୍ଗ ଭାବରେ ପୋଲିସର ନିଦ ହଜାଇଥିବା ଏହି ଗ୍ରୁପ ଗଞ୍ଜାମର ବୋଲି ସନ୍ଦେହ କରିଛି ପୋଲିସ୍ । ସେପେଟେ ଆଗକୁ ନିର୍ବାଚନ ଥିବାରୁ ଏହି ଗ୍ଯାଙ୍ଗକୁ ଖୁବଶୀଘ୍ର ଧରାଯିବ ବୋଲି କହିଛନ୍ତି ଡିସିପି ।