ଦୋଳ ଯାତ୍ରାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

ଢ଼େଙ୍କାନାଳ: ଚାରି ଦୋଳ ଯାତ୍ରା ବେଳେ ଗୁଳି ମାଡ଼ । ଦୋଳରେ ପୋଲିସକୁ ଗୁଳିମାଡ଼ । ଗୁଳିମାଡ଼ରେ ପୋଲିସ କର୍ମଚାରୀ ରାମ ଚନ୍ଦ୍ର ସାହୁଙ୍କର ମୃତ ହୋଇଛି । ଢେଙ୍କାନାଳ ସଦର ଥାନା ଖମାର ଗାଁରେ ଘଟିଛି ଘଟଣା । ଦୋଳଯାତ୍ରା ବେଳେ ଏହି ଗୁଳି କାଣ୍ଡ ଘଟିଛି ।

ଦୋଳ ଯାତ୍ରା ପାଇଁ ଗାଁକୁ ଆସିଥିଲେ ରାମ ଚନ୍ଦ୍ର ସାହୁ । ହେଲେ ଯାତ୍ରା ବେଳେ କିଛି ଜଣଙ୍କ ସହ ରାମ ଚନ୍ଦ୍ରଙ୍କ ଝଗଡା ହୋଇଥିଲା । ଏହି ଝଗଡାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ଗୁଳିମାଡ କରିଥିବା ଅନୁମାନ କରାଯାଉଛି । ରାମ ଚନ୍ଦ୍ରଙ୍କୁ ପ୍ରଥମେ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି । ପୋଲିସ୍‌ ପହଞ୍ଚି ତଦନ୍ତ ଆରାମ୍ଭ କରିଥିବା ବେଳେ ୩ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଛି ।

Leave a Reply