spot_img

Latest Posts

ଥାନାଧିକାରୀଙ୍କୁ ଧମକ ପ୍ରସଙ୍ଗ ; ଜୟନାରାୟଣଙ୍କୁ ପୋଲିସ ସଂଘର ନିନ୍ଦା

ସମ୍ବଲପୁର: ସମ୍ବଲପୁର ଥାନା ଅଧିକାରୀଙ୍କୁ ବିଜେପି ବିଧାୟକ ଧମକାଇବା ମାମଲାରେ ପୋଲିସ ସଙ୍ଘର ପ୍ରତିକ୍ରିୟା। କର୍ତ୍ତବ୍ୟରତ ଜଣେ ଅଧିକାରୀଙ୍କୁ ଶାସକ ଦଳର ବିଧାୟକ ଧମକାଇବା ଲଜ୍ଜା ଓ ଦୁର୍ଭାଗ୍ୟଜନକ। ଅଳ୍ପ ସଂଖ୍ୟକ କର୍ମଚାରୀରେ ପୋଲିସ ବହୁତ କଷ୍ଟରେ ଆଇନ ଶୃଙ୍ଖଳା ରକ୍ଷା କରିବା ଦିଗରେ କାମ କରୁଥିବା ବେଳେ ଜଣେ ବିଧାୟକଙ୍କ ଏପରି ଧମକ ଗ୍ରହଣୀୟ ନୁହେଁ। ଆମେ ଏହାର ତୀବ୍ର ନିନ୍ଦା କରୁଛୁ। ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ । ଆମେ ଚାହୁଁଛୁ ଜୟ ନାରାୟଣଙ୍କ ଗିରଫଦାରୀ । ଡିଜିଙ୍କ ପଦକ୍ଷେପକୁ ଅପେକ୍ଷା କରୁଛୁ । କିଛି ନ ହେଲେ ସଙ୍ଘ ଆଗାମୀ ପଦକ୍ଷେପ ବିଷୟରେ ଚିନ୍ତା କରିବ।

ସେପଟେ ମନ୍ତ୍ରୀ ନ ହୋଇପାରିଥିବାରୁ ବିଚଳିତ ଅବସ୍ଥାରେ ଜୟ ନାରାୟଣ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସିଏ ଜଣେ ଭଲ ଲୋକ। ହେଲେ କଣ ହେବ ହିତାହିତ ଜ୍ଞାନ ରହୁନାହିଁ। ଆଇନ ବ୍ୟବସ୍ଥାକୁ ସିଧାସଳଖ ଚ୍ୟାଲେଞ୍ଜ କରୁଛନ୍ତି।ମୁଖ୍ୟମନ୍ତ୍ରୀ ତାଙ୍କୁ ଡାକି ତାଗିଦ କରିବା କଥା। ବିଧାୟକଙ୍କ ଏପରି ଆଚରଣ ଦେଖି ସାଧାରଣ ଲୋକେ ଆଇନକୁ ଡରିବେ ନାହିଁ। ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ।।ସେପଟେ ପ୍ରସଙ୍ଗକୁ ନେଇ ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି କହିଛନ୍ତି ଫରୱାଡ ବ୍ଲକ ସମ୍ପାଦକ ଜ୍ୟୋତି ମହାପାତ୍ର। ସେ କହିଛନ୍ତି, ବିଜେପି ବିଧାୟକଙ୍କ ଉଗ୍ର ଆଚରଣ ଓ ପୋଲିସକୁ ଖୋଲା ଧମକ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା କଥା। ବିଜେପି ଦଳ ତାଙ୍କ ପ୍ରତି ଅବିଚାର କରିଛି । ମନ୍ତ୍ରୀ ପଦ ଦେଇନାହାନ୍ତି ସେଥିପାଇଁ ଜୟ ନାରାୟଣ ଏମିତି ବାଉଳି ହେଉଛନ୍ତି । ଥାନା ପୋଡ଼ିଦେବା, ଥାନା ଅଧିକାରୀଙ୍କୁ ବାଡେଇବା, ବନ୍ଧୁକ କଥା କହି ଧମକାଇବା କେବେ ବି ଗ୍ରହଣୀୟ ନୁହେ ବୋଲି ସେ କହିଛନ୍ତି ।

Latest Posts

Don't Miss