spot_img

Latest Posts

ଭୁବନେଶ୍ବରର ୟୁନିଟ-୪ ଅଞ୍ଚଳରେ ନାବାଳିକାଙ୍କୁ ସେକ୍ସ ରାକେଟରେ ଲଗାଇବା ଘଟଣାରେ ପୋଲିସର ଚଢ଼ାଉ

ଭୁବନେଶ୍ବରର ୟୁନିଟ-୪ ଅଞ୍ଚଳରେ ନାବାଳିକାଙ୍କୁ ସେକ୍ସ ରାକେଟରେ ଲଗାଇବା ଘଟଣା । ସମ୍ପୃକ୍ତ ହୋଟେଲରେ ପୋଲିସର ଚଢ଼ାଉ । ଅନୈତିକ କାମ ଚାଲୁଥିବା ଅଭିଯୋଗରେ ଚଢ଼ାଉ କରି ଖାରବେଳନଗର ଥାନା ପୋଲିସ ରେଜିଷ୍ଟର ସହ ସିଜ କରିଛି କ୍ୟାମେରା ହାର୍ଡଡିସ୍କ। ଏହାସହ ପଦାକୁ ଆସିଛି ହୋଟେଲ କର୍ତ୍ତୃପକ୍ଷଙ୍କ କଳା କାରନାମା । ହୋଟେଲଟି ସରାଇ ଆପ ଅଧୀନରେ ରେଜିଷ୍ଟର ନଥିଲା ବୋଲି ଜଣାପଡିଛି । ପୋଲିସକୁ ଚକମା ଦେବା ପାଇଁ ଦୁଇଟି ନାଁରେ ଦଲାଲ ଆଧାର କାର୍ଡ ଦେଇଥିଲା । ଗତକାଲି ଦଲାଲକୁ ଗିରଫ କରିବା ସହ ଢେଙ୍କାନାଳର ନାବାଳିକା ପୀଡିତା ଜଣଙ୍କୁ ଉଦ୍ଧାର କରିଥିଲା ଖାରବେଳ ନଗର ଥାନା ପୋଲିସ । ଏକ ସୋ ରୁମରେ ରିସେପ୍ସନିଷ୍ଟ ଚାକିରି ଦେବା ଆଳରେ ନାବାଳିକାଙ୍କୁ ଭୁବନେଶ୍ୱର ଆଣିଥିଲା ଦଲାଲ । ଏକ ହୋଟେଲରେ ରଖି ଅନୈତିକ କାର୍ଯ୍ୟରେ ଲିପ୍ତ ପାଇଁ ଡିଲ କରୁଥିଲେ । ଦଲାଲର କାରନାମା ଜାଣି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ପୋଲିସକୁ ଖବର ଦେଇଥିଲେ ନାବାଳିକା । କମିଶନରେଟ ପୋଲିସ ଖବର ପାଇ ରେଡ କରି ନାବାଳିକାକୁ ଉଦ୍ଧାର କରିଥିଲା ପୋଲିସ ।

Latest Posts

Don't Miss