ନନ୍ଦିଘୋଷ ବ୍ୟୁରୋ : ବେଆଇନ ବାଂଲାଦେଶୀଙ୍କ ଉପରେ ପୋଲିସର ଚଢ଼ାଉ। ସେମାନଙ୍କ ଭଡ଼ା ଘରୁ ଜବତ ହେଲା ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର। ରେଡ୍ ବେଳେ ଧସ୍ତାଧସ୍ତି ହେବାରୁ ୨ ପୋଲିସ ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ଜଗତସିଂହପୁର ରଘୁନାଥପୁର ବେରାହିଁମପୁରରେ। ସେଠାରେ ଭଡ଼ାରେ ରହୁଥିଲେ ବେଆଇନ ବାଂଲାଦେଶୀ। ଏହା ଜାଣିବା ପରେ ପୋଲିସ ରେଡ୍ କରିଥିଲା। ସରକାରୀ ଜମିରେ ସିକନ୍ଦ୍ରର ଆଲାମ ନାମକ ଯୁବକ ୧୦ ବଖରା ଘର କରି ମୁର୍ସିଦାବାଦ ଅଞ୍ଚଳର ବହୁ ବାଂଲାଦେଶୀଙ୍କୁ ଭଡା ଦେଇଥିଲା। ସେମାନେ ଜରି ଗୋଟେଇବା ନାଁରେ କ୍ରାଇମ କରୁଥିବାର ଅଭିଯୋଗ ବାରମ୍ଵାର ହେଉଥିଲା। ଜଗତସିଂହପୁର ପୋଲିସ ଖବର ଚଢ଼ାଉ କରିଥିଲା। ପୋଲିସକୁ ଦେଖି ବହୁ ବାଂଲାଦେଶୀ ଫେରାର ମାରିଥିଲେ। କେବେ କେତେକ ବାଂଲାଦେଶୀ ପ୍ରତିରୋଧ କରିଥିଲେ। ଧସ୍ତାଧସ୍ତି ହେବାରୁ ଦୁଇ ଜଣ ପୋଲିସ ଆହତ ହୋଇଛନ୍ତି। ବେଆଇନ ବାଂଲାଦେଶୀଙ୍କ ଘରର ତାଲା ଭଙ୍ଗା ଯାଇଥିଲା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ। ଘରୁ ବନ୍ଧୁକ ଓ ଭୁଜାଲି ମିଳିଛି ।

