ଖରାପ ନିଦ୍ରା ପାଇଁ ୧୭୦ ବିମାରୀ ଆଶଙ୍କା ! ଲିଷ୍ଟରେ ରହିଛି ଡାଇବେଟିସ, ହାଡ଼ ଭାଙ୍ଗିବା…..
1 min read
ଖରାପ ନିଦ କାରଣରୁ ଆପଣଙ୍କ ପାଇଁ ୧୭୦ରୁ ଅଧିକ ବିମାରୀର ଆଶଙ୍କା ବଢ଼ିପାରେ । ଏହି ଲିଷ୍ଟରେ ଡିମେନ୍ସିଆ, ଲିଭର ସମସ୍ୟା, ହାଡ଼ ଭାଙ୍ଗିବା, ଡାଇବେଟିସ ଆଦି ଅନେକ ଗମ୍ଭୀର ରୋଗ ରହିଛି । ଆଜିକାଲି ସମୟରେ ଅନେକ ଲୋକ ନିଦ୍ରାହୀନତାର ଶିକାର ହେଉଥିବା ବେଳେ ଏହି ଖବର ସେମାନଙ୍କ ପାଇଁ ବିପଦ ବଢ଼ାଇପାରେ । ଏନେଇ ସାମ୍ନାକୁ ଆସିଛି ଏକ ରିସର୍ଚ୍ଚ ରିପୋର୍ଟ । ଆପଣ କେତେ ବିଳମ୍ବରେ ଶୋଉଛନ୍ତି, କେବଳ ତା’ ଉପରେ ଆପଣଙ୍କ ସ୍ବାସ୍ଥ୍ୟ ନିର୍ଭର କରେନାହିଁ, ବରଂ ଆପଣ କେତେ ଭଲ ନିଦ୍ରା ନେଉଛନ୍ତି ତା’ ଉପରେ ମଧ୍ୟ ନିର୍ଭର କରେ ବୋଲି ଅଧ୍ୟୟନରୁ ଜଣାପଡ଼ିଛି ।
ପେକିଂ ୟୁନିଭରସିଟି ଓ ଚୀନର ଆର୍ମି ମେଡିକାଲ ୟୁନିଭରସିଟିର ଗବେଷକମାନେ ଏନେଇ ଏକ ରିସର୍ଚ୍ଚ କରିଥିଲେ । ସେଥିରେ ୮୮,୪୬୦ ଜଣ ଲୋକଙ୍କ ନିଦ ଷ୍ଟାଟସକୁ ନେଇ ଅନୁଧ୍ୟାନ କରିଥିଲେ । ସେମାନଙ୍କ ମଧ୍ୟରେ ଅଧିକାଂଶ ଲୋକଙ୍କ ବୟସ ୬୨ ବର୍ଷ ଥିଲା ଓ ୪୩ ପ୍ରତିଶତ ପୁରୁଷ ଥିଲେ । ୯୨ଟି ବୀମାରୀରେ ଖରାପ ନିଦର ବିପଦ ୨୦ ପ୍ରତିଶତ ରହିଥିଲା । ୪୨ଟି ବିମାରୀରେ ଏହି ଆଶଙ୍କା ଦୁଇଗୁଣରୁ ବି ଅଧିକ ଥିଲା । ଖରାପ ନିଦ କାରଣରୁ କୌଣସି ବିମାରୀର ଆଶଙ୍କା ୫୨ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି । ତେଣୁ ନିଦର ଗୁଣବତ୍ତା ଓ ସଠିକ୍ ଦିନଚର୍ଯ୍ୟା କେତେ ଜରୁରୀ, ତାହା ଏହି ରିସର୍ଚ୍ଚରୁ ଜଣାପଡ଼ିଛି । ଏକ ଭଲ ସ୍ବାସ୍ଥ୍ୟୃ ପାଇଁ ଲୋକଙ୍କୁ ଦୈନିକ ୭-୯ ଘଣ୍ଟା ନିଦ ନେବା ଜରୁରୀ ବୋଲି ଏକ୍ସପର୍ଟସ କହିଛନ୍ତି । କମ୍ ନିଦ ନେଲେ ଅନେକ ପ୍ରକାରର କ୍ଷତି ହୋଇପାରେ । ଯେପରିକି, ନଭର୍ସ ସିଷ୍ଟମ ବିଗିଡ଼ିବା, ହୃଦ ସ୍ପନ୍ଦନ ତେଜ ହେବା, ବ୍ଲଡ ପ୍ରେସର ବଢ଼ିବା, ଷ୍ଟ୍ରେସ ବଢ଼ିବା ଆଦି ।