କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ ସନ୍ଦିଗ୍ଧ

1 min read
Positive Test for COVID-19 virus Now Not Mandatory for Admission to a COVID Health Facility

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତ୍ତି ନେଇଥିବା ଜାତୀୟ ନୀତିରେ ସଂଶୋଧନ କରିଛନ୍ତି । ଏଣିକି କୋଭିଡ୍ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ହସ୍ପିଟାଲ୍ ରୋଗୀ କେନ୍ଦ୍ରିକ ହେବେ । ଏନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ନିର୍ଦ୍ଦେଶ ଦେଇଛନ୍ତି । ଘରୋଇ ହସ୍ପିଟାଲ୍ ଗୁଡ଼ିକ କୋଭିଡ୍ ଆକ୍ରାନ୍ତଙ୍କ କ୍ଷେତ୍ରରେ ନିୟମ ପାଳନ ପାଇଁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି ।

କୌଣସି କୋଭିଡ୍ ହସ୍ପିଟାଲରେ ଚିକିତ୍ସା କିମ୍ବା ଭର୍ତ୍ତି ପାଇଁ କୋଭିଡ୍ ପଜିଟିଭ୍ ପ୍ରମାଣପତ୍ର ବାଧ୍ୟତାମୂଳକ ନୁହେଁ । ଜଣେ କୋଭିଡ୍ ସନ୍ଦିଗ୍ଧ ମଧ୍ୟ କୋଭିଡ୍ କେୟାର୍ କିମ୍ବା କୋଭିଡ୍ ହସ୍ପିଟାଲର ସନ୍ଦିଗ୍ଧ ୱାର୍ଡରେ ଭର୍ତ୍ତି ହୋଇ ପାରିବେ । କୌଣସି ବି ପରିସ୍ଥିତିରେ ମେଡିକାଲ୍ କର୍ତ୍ତୃପକ୍ଷ ରୋଗୀଙ୍କୁ ମନା କରିପାରିବେ ନାହିଁ । ରୋଗୀ ଜଣଙ୍କ ଅନ୍ୟ ସହରର ହୋଇଥିଲେ ମଧ୍ୟ ତାଙ୍କୁ ଅକ୍ସିଜେନ୍, ଆବଶ୍ୟକ ଜରୁରୀ ଔଷଧ ପ୍ରଦାନ କରାଯିବ ।

କୌଣସି ରୋଗୀ ପରିଚୟପତ୍ର ପ୍ରଦାନ କରି ନପାରିଲେ ତାଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ଭର୍ତ୍ତି କରିବାକୁ ମନା କରିପାରିବେ ନାହିଁ । ଏପରିକି ଅନ୍ୟ ସହରର ହୋଇଥିଲେ ତାଙ୍କୁ ଚିକିତ୍ସା ଯୋଗାଇ ଦେବେ ହସ୍ପିଟାଲ୍ । ତେବେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାର ଆବଶ୍ୟକତା ଅନୁସାରେ ହସ୍ପିଟାଲରେ ଆଡମିଶନ କରାଯିବ । କେନ୍ଦ୍ର ସରକାରଙ୍କ ଡିସଚାର୍ଜ ନିୟମ ଅନୁଯାୟୀ ରୋଗୀଙ୍କୁ ଛଡ଼ାଯିବ ।

Leave a Reply