ମହାନଦୀରେ ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ସଜାଗ, ୬ ଜିଲ୍ଲାକୁ ଆଲର୍ଟ

Possible Of Low Medium Flood In Mahanadi SRC

ଭୁବନେଶ୍ୱର: କେନ୍ଦୁଝରରେ ହୋଇଥିବା ବର୍ଷା ଫଳରେ ବଢ଼ୁଛି ବୈତରଣୀର ଜଳସ୍ତର । ଗତକାଲି ଅପେକ୍ଷା ଆଜି ବୈତରଣୀର ଜଳସ୍ତର ବୃଦ୍ଧି ପାଇଛି । ବ୍ରାହ୍ଣଣୀ ନଦୀର ଉପରମୁଣ୍ଡରେ ବର୍ଷା ହେବା ଫଳରେ ଜଳସ୍ତର ବଢ଼ିଛି । ରେଙ୍ଗାଲି ଡ୍ୟାମର ଗୋଟିଏ ଗେଟ୍ ଖୋଲାଯାଇଥିବା ଏସଆରସି ପ୍ରଦୀପ ସୂଚନା ଦେଇଛନ୍ତି ।

Possible Of Low Medium Flood In Mahanadi SRC

ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ସେକେଣ୍ଡ ପିଛା ୫ ଲକ୍ଷ ୨୦ ହଜାର ୪୫୭ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ୨୮ଟି ଗେଟ୍ ମାଧ୍ୟମରେ ୪ ଲକ୍ଷ ୮୦ ହଜାର ୬୯୨ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି । ସ୍ଥିତି ଉପରେ ନଜର ରଖାଯାଇଛି । ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ, ସର୍ବୋଚ୍ଚ ଯନ୍ତ୍ରୀ, ହୀରାକୁଦ ଡ୍ୟାମର ଯନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ତୀକ୍ଷଣ ନଜର ରଖିଛନ୍ତି । ଶନିବାର ସକାଳ ବେଳକୁ ମୁଣ୍ଡଳି ପାଖରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ।

Possible Of Low Medium Flood In Mahanadi SRC

ଶନିବାର ସନ୍ଧ୍ୟା କିମ୍ବା ରାତି ବେଳକୁ କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର ନଦୀରେ ବନ୍ୟା ଆସିବ । ଜିଲ୍ଲା ପ୍ରଶାସନକୁ ସ୍ୱଳ୍ପ, ମଧ୍ୟମ ଧରଣର ବନ୍ୟା ନେଇ ସତର୍କ କରାଯାଇଛି । ନଦୀ ବନ୍ଧ ଗୁଡ଼ିକ ଠିକ୍ ରହିଲେ କିଛି ଅସୁବିଧା ହେବ ନାହିଁ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟ ପାଇଁ ଉପକୂଳ ଜିଲ୍ଲାରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ୩୦ଟି ଓଡ୍ରାଫ୍ ଟିମ୍, ୧୨ଟି ଏନଡିଆରଏଫ୍ ଟିମ୍ ସହ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ ଓ ପୁରୀ ଜିଲ୍ଲାରେ ମୁତୟନ କରାଯାଇଛି ।

Possible Of Low Medium Flood In Mahanadi SRC

ଲଗାଣ ବର୍ଷାରେ ରାଜ୍ୟରେ ମୋଟ ୯ ଜଣଙ୍କ ମୃତ୍ୟୁ ହୋଇଛି । ନୂଆପଡ଼ାରେ ୩ ଜଣ, କେନ୍ଦ୍ରାପଡ଼ାରେ ୩ ଜଣ, ଖୋର୍ଦ୍ଧାରେ ଜଣେ, ଗଞ୍ଜାମରେ ଜଣେ, ଯାଜପୁରରେ ୨ ଜଣ, କେନ୍ଦୁଝରରେ ଜଣେ, ସୁବର୍ଣ୍ଣପୁରରେ ଜଣେ ପ୍ରାଣ ହରାଇଛନ୍ତି । ୨ ଜଣ ନିଖୋଜ ଅଛନ୍ତି । ଜଗତସିଂହପୁରର ଜଳମଗ୍ନ ଅଞ୍ଚଳରେ ଗୃହପାଳିତ ପଶୁଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି ।

Leave a Reply