୩ ଦିନ ହେବ ନିଖୋଜ ପୋଷ୍ଟ ମାଷ୍ଟର

ରାୟଗଡ଼ା: ମୁନିଗୁଡ଼ା ଥାନା ପିସ୍କାପଙ୍ଗା ପୋଷ୍ଟମାଷ୍ଟର ମାନସ ହିକକାଙ୍କୁ ଅପହରଣ ଅଭିଯୋଗ । କେହି ଦୁର୍ବୃତ୍ତ ଅପହରଣ କରି ନେଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଗତ ୫ ତାରିଖରୁ ସେ ନିଖୋଜ ଅଛନ୍ତି । ରାଶିକଲା ପଞ୍ଚାୟତରୁ ଡୁକୁମ ଯିବା ପାଇଁ ବାହାରିଥିଲେ ମାନସ । ତା’ପରଠୁ ତାଙ୍କର ଆଉ ପତ୍ତା ନାହିଁ ।

ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ବିଷମକଟକ ଥାନାକୁ ଜଣାଇଥିଲେ । ରାସ୍ତାକଡ଼ରୁ ମାନସଙ୍କ ବାଇକ୍ ପୋଲିସ ଉଦ୍ଧାର କରିଥିବା ବେଳେ ତାଙ୍କର କୌଣସି ସୂଚନା ମିଳିନାହିଁ । ଆଜି ପରିବାର ତରଫରୁ ମୁନିଗୁଡା ଥାନାରେ ଏତଲା ଦିଆଯାଇଛି । ପୋଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Leave a Reply