spot_img

Latest Posts

ବାହୁବଲୀ ପ୍ରଭାସଙ୍କ ସହ କାମ କରିବେ ଛପାକ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଓ ସାଉଥ ଅଭିନେତା ପ୍ରଭାସଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ଦୀପିକା ଖୁବ ଶୀଘ୍ର ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସହ ବଡ ପରଦାରେ ନଜର ଆସିବେ । ଉଭୟ ଏକାଠି ଏକ ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ଫିଲ୍ମ ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ଫିଲ୍ମରେ ଉଭୟ କଳାକାର ଏକାଠି କାମ କରିବାକୁ ଯାଉଛନ୍ତି। ଅଭିନେତ୍ରୀ ନିଜେ ଏହି ବିଷୟରେ ସୂଚନା ଦେଇଛନ୍ତି। ଏହି ଯୋଡିକୁ ପ୍ରଥମଥର ପରଦାରେ ଦେିଖିବାକୁ ମିଳିବ ।

କିଛି ଦିନ ପୂର୍ବରୁ ପ୍ରଭାସ ତାଙ୍କର ଆଗାମୀ ଚଳଚ୍ଚିତ୍ର ରାଧେ ଶ୍ୟାମ୍ ନେଇ ଘୋଷଣା କରିଥିଲେ। ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ପୂଜା ହେଗଡେ ପ୍ରଭାସଙ୍କ ସହ ନଜର ଆସିବେ। ଫିଲ୍ମ ରାଧେ ଶ୍ୟାମ କେ.କେ ରାଧାକୃଷ୍ଣନ କୁମାରଙ୍କ ନିର୍ଦ୍ଦେଶିତ ଏକ ତେଲୁଗୁ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ର ଚାରୋଟି ଭାଷାରେ ରିଲିଜ ହେବାକୁ ଯାଉଛି । ଏଥି ସହ ଦୀପିକା ଖୁବ ଶୀଘ୍ର ରଣବୀର ସିଂଙ୍କ ଫିଲ୍ମ ୮୩ ରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ସେ କପିଲ ଦେବଙ୍କ ପତ୍ନୀ ରୋମିଙ୍କ ଭୂମିକାରେ ଅଭିନୟ କରିଛନ୍ତି ।

ନିକଟରେ ଦୀପିକା ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ କହିଛନ୍ତି ଯେ ସେ ଖୁବ୍ ଶୀଘ୍ର ସେ ସୁପରଷ୍ଟାର ପ୍ରଭାସଙ୍କ ସହ କାମ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ବିଜୟନ୍ତୀ ମୁଭିଜ୍ ଟୁଇଟ୍ କରି ଏନେଇ ସୂଚନା ଦେଇଥିଲେ । ଏଥିରେ ସେ ପ୍ରଭାସ, ନିର୍ଦ୍ଦେଶକ ନାଗ ଅଶ୍ୱିନ୍ ଏବଂ ପ୍ରଭାସ ୨୧ କୁ ଟ୍ୟାଗ୍ କରିଥିଲେ । ବିଜୟନ୍ତୀ ମୁଭିଜ୍ ଦୀପିକା ଏବଂ ପ୍ରଭାସ ଭଳି ତାରକାଙ୍କ ସହ କାମ କରିବା ନେଇ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ଦୀପିକା ଶେଷ ଥର ପାଇଁ ଫିଲ୍ମ ଛପାକରେ ନଜର ଆସିଥିଲେ । ଅପରପକ୍ଷରେ ଅଭିନେତା ପ୍ରଭାସଙ୍କୁ ଏହା ପୂର୍ବରୁ ଫିଲ୍ମ ସାହୋରେ ଦେଖିବାକୁ ମିଳିଥିଲା । ତେବେ ଦୀପିକା ଓ ପ୍ରଭାସ ପରଦାରେ ଧମାଲ କରିବେ ବୋଲି ଦର୍ଶକଙ୍କ ଆଶା ରହିଛି । ରିପୋର୍ଟ ଅନୁସାରେ ଆଗାମୀ ବର୍ଷ ୨୦୨୧ ମସିହା ଏପ୍ରିଲ ମାସରେ ଏହି ଫିଲ୍ମଟି ରିଲିଜ ହେବ ।

Latest Posts

Don't Miss