ଜାଣନ୍ତୁ ପ୍ରଭାସଙ୍କ ଜୀବନର କିଛି ଅଜଣା କଥା

ମୁମ୍ବାଇ: ବାହୁବଳିରେ ଧମାଲ କରିଥିବା ଏହି ଅଭିନେତା ୨୩ ଅକ୍ଟୋବରରେ ତାଙ୍କ ଜନ୍ମଦିନ ପାଳିଛନ୍ତି । ୧୯୭୯ରେ ପ୍ରଭାସଙ୍କ ଜନ୍ମ ଚେନ୍ନାଇରେ ହୋଇଥିଲା । ଏହାପୂର୍ବରୁ ତାଙ୍କ ଅଭିନୟର ଜାଦୁରେ ଦିୱାନା ହୋଇଥିଲେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତ । ଆଉ ବାହୁବଳି ଫିଲ୍ମ ପରେ ତାଙ୍କୁ ଦେଶରେ ଏକ ନୂଆ ପିରିଚୟ ମିଳିଥିଲା । ପରଦାରେ ଯେଉଁ ପ୍ରଭାସ ରୋମାନ୍ସ କରନ୍ତି ବାସ୍ତବ କିନ୍ତୁ ସେ ବହୁ ଲାଜଗୁଳା ସ୍ୱଭାବର । ତେବେ ତାଙ୍କ ଜନ୍ମଦିନରେ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଜଣା ଓ ଅଜଣା କଥା ।

୨୦୦୨ରେ, ପ୍ରଭାସ ତେଲୁଗୁ ଚଳଚ୍ଚିତ୍ର ଇଶ୍ୱରରେ ଡେବ୍ୟୁ କରିଥିଲେ । ଏହା ପରେ ସେ ରାଘବେନ୍ଦ୍ର, ଭାର୍ଷମ, ଯୋଗୀ, ଏକ ନିରଂଜନ, ବିଦ୍ରୋହୀ, ବାହୁବଲୀ: ଦି ବିଗିନିଂ ଓ ବାହୁବଲୀ: ଦି କନକ୍ଲୁଜନ ସହ ଅନ୍ୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ବାହୁବଳି ଚଳଚ୍ଚିତ୍ରଟି ପାଞ୍ଚ ବର୍ଷ ହେବ ସୁଟିଂ କରାଯାଇଥିଲା। ଏହି ସମୟ ମଧ୍ୟରେ ସେ ଗୋଟିଏ ବି ଫିଲ୍ମରେ ସାଇନ୍ କରିନଥିଲେ । ବାହୁବଳି ପାଇଁ ପ୍ରଭାସ ଫିଟନେସ ପାଇଁ କଠିନ ପରିଶ୍ରମ କରିଥିଲେ। ନିର୍ଦ୍ଦେଶକ ରାଜାମୌଲି ଚାହୁଁଥିଲେ ଯେ ସେ ଓଜନ ବଢାନ୍ତୁ କିନ୍ତୁ ତାଙ୍କୁ ମୋଟା ଦେଖାଯିବାର ନଥିଲା । ବାହୁବଳି ପାଇଁ ପ୍ରଭାସଙ୍କୁ ୨୫ କୋଟି ଟଙ୍କା ମିଳିଥିଲା।

ପ୍ରଭାସଙ୍କ ପ୍ରସଂଶକ ତାଙ୍କୁ ଡାର୍ଲିଙ୍ଗ ବୋଲି ମଧ୍ୟ ଡାକନ୍ତି । ୨୦୧୦ରେ ପ୍ରଭାସଙ୍କ ରୋମାଣ୍ଟିକ୍ କମେଡି ଫିଲ୍ମ ଡାର୍ଲିଂ ଆସିଥିଲା, ଯାହା ପରେ ତାଙ୍କୁ ତେଲୁଗୁ ସିନେମାରେ ସମସ୍ତେ ଏହି ନାଁରେ ଡକିବାକୁ ଲାଗିଲେ । ଏହାପରେ ଯେତେବେଳେ ପ୍ରଭାସ ୨୦୧୨ ରେବେଲ ଫିଲ୍ମରେ ଆସିଲେ ସେତେବେଳେ ତାଙ୍କୁ ‘ରେବେଲ ଷ୍ଟାର’ କୁହାଯାଉଥିଲା।

ବାହୁବଳି ପୂର୍ବରୁ ପ୍ରଭାସ, ଅଜୟ ଦେବଗାନଙ୍କ ଫିଲ୍ମ ଆକ୍ସନ୍ ଜ୍ୟାକସନରେ ଅଭିନୟ କରିଥିଲେ। ଯଦିଓ ସେ ଏକ ଗୀତରେ କ୍ୟାମିଓ ଭୂମିକାରେ ଥିଲେ । ସେ ଫିଲ୍ମର ଏକ ଗୀତରେ ସୋନାକ୍ଷୀ ସିହ୍ନାଙ୍କ ସହ ନାଚୁଥିବା ନଜର ଆସିଥିଲେ । ପ୍ରଭାସ ସେତେବେଳେ ବଲିଉଡରେ ଜଣାଶୁଣା ଚେହେରା ନଥିଲେ। ୨୦୦୯ରେ ମଧ୍ୟ ପ୍ରଭାସ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ସହ କାମ କରିଥିଲେ। ଖୁବ୍ କମ୍ ଲୋକ ଜାଣିଥିବେ ଯେ କଙ୍ଗନା ତାଙ୍କ କ୍ୟାରିୟର ଆରମ୍ଭରେ ଏକ ତେଲୁଗୁ ଚଳଚ୍ଚିତ୍ର ଏକ ନିରଂଜନ କରିଥିଲେ । ଏହି ଚଳଚ୍ଚିତ୍ରରେ ପ୍ରଭାସ ଏବଂ କଙ୍ଗନା ମୁଖ୍ୟଭୂମିକାରେ ଥିଲେ ।

Leave a Reply