spot_img

Latest Posts

ଓଡ଼ିଶାରେ ପ୍ରଭାସଙ୍କ ଫ୍ୟାନ୍ ‘ଦି ରାଜା ସାହେବ’ ସ୍କ୍ରିନିଂ ବେଳେ ସିନେମା ହଲରେ ଲଗାଇଲେ ନିଆଁ

ଓଡ଼ିଶାରେ ପ୍ରଭାସଙ୍କ ଫ୍ୟାନ୍ ‘ଦି ରାଜା ସାହେବ’ ସ୍କ୍ରିନିଂ ବେଳେ ସିନେମା ହଲରେ ଲଗାଇଲେ ନିଆଁ

ନନ୍ଦିଘୋଷ ବ୍ୟୁରୋ:ଫିଲ୍ମଷ୍ଟାରଙ୍କୁ ନେଇ ସେମାନଙ୍କ ପ୍ରଶଂସକ କିଛି ବି କରିପାରନ୍ତି । କିଏ ମନ୍ଦିର ନିର୍ମାଣ କରିଛି ତ କିଏ ଟାଟୁ ବନାଉଛି । କିଏ ଟ୍ରାକ୍ଟରରେ ସିନେମା ହଲକୁ ପହଞ୍ଚୁଛି ତ କିଏ ନିଜ ଷ୍ଟାର ପରି ଲୁକ୍ କରିବାକୁ ବି ପଛାଉନାହାନ୍ତି । ଏପରିକି କିଛି ଷ୍ଟାରଙ୍କର ଏମିତି ବି କିଛି ଫ୍ୟାନ୍ ଅଛନ୍ତି ଯେଉଁମାନେ କିଛି ବି କରିପାରିବେ । ହେଲେ କେବେ କେବେ ଏପରି ପ୍ରଶଂସକ ସୀମା ଟପିଯାଇଥାନ୍ତି । ଆଉ ଏହାର ପ୍ରଭାବ ଅନ୍ୟମାନଙ୍କୁ ଭୋଗିବାକୁ ପଡିଥାଏ । ଏମିତି କିଛି ଘଟିଛି ୯ ତାରିଖରେ ରିଲିଜ୍ ହୋଇଥିବା ପ୍ରଭାସଙ୍କ ଫିଲ୍ମ ‘ଦି ରାଜା ସାହେବ’କୁ ନେଇ । ରାୟଗଡ଼ାର ଅଶୋକା ସିନେମା ହଲରେ ପ୍ରଭାସଙ୍କ କିଛି ପ୍ରଶଂସକ ନିଆଁ ଲଗାଇ ଦେଇଥିବା ସୂଚନା ମିଳୁଛି ।

ରିଲିଜର ପ୍ରଥମ ଦିନରେ ‘ଦି ରାଜା ସାହେବ’ ୫୦ କୋଟି ଟଙ୍କାର ବ୍ୟବସାୟ କରିଛି । ତେବେ ଫିଲ୍ମ ଦେଖି ଫେରୁଥିବା ଦର୍ଶକଙ୍କ ମୁହଁରୁ ବିଶେଷ କିଛି ପ୍ରଶଂସା ଶୁଣିବାକୁ ମିଳିନି । ହେଲେ କଲକ୍କି ୨୮୯୮ ପରେ ଏହା ପ୍ରଭାସଙ୍କ ପ୍ରଥମ ଫିଲ୍ମ ହୋଇଥିବାରୁ ଏହାକୁ ଦେଖିବାକୁ ଫ୍ୟାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳୁଛି ।

ଦୀର୍ଘ ଦିନରେ ପ୍ରଭାସଙ୍କ ଫିଲ୍ମ ସିନେମା ଘରକୁ ଆସିଥିବାରୁ ରାୟଗଡ଼ାର ଅଶୋକା ହଲରେ କିଛି ପ୍ରଶଂସକ ଏହାର ଉତ୍ସବ ମନାଇଥିଲେ । ଆଉ ହଲ ଭିତରେ ରଙ୍ଗୀନ କାଗଜରେ ନିଆଁ ଲଗାଇ ଦେଇଥିଲେ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ପରଦା ଆଗରେ ବହୁତ ରଙ୍ଗୀନ କାଗଜ ପଡ଼ିଥିବା ବେଳେ ଏଥିରେ ନିଆଁ ଲାଗିଥିବା ଦେଖିବାକୁ ମିଳୁଛି । ନିଆଁ ଲାଗିବା ପରେ ଦର୍ଶକ ବାହାରକୁ ଚାଲି ଯାଇଥିଲେ । ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି । ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏପରିକି ପ୍ରଭାସଙ୍କ ଫ୍ୟାନ୍ ସିନେମା ହଲରେ ୨୫ କେଜି ରଙ୍ଗୀନ କାଗଜ ଜଳାଇଥିବା ଶୁଣିବାକୁ ମିଳୁଛି । ଏହାକୁ ନେଇ ଏହାକଥିକ ୟୁଜର୍ସ ସୋସିଆଲ ମିଡିଆରେ ଚିନ୍ତା ପ୍ରକଟ କରିଛନ୍ତି । ଭାଇରାଲ ହେଉଥିବା ଭିଡିଓକୁ ନେଇ ଜଣେ ୟୁଜର୍ସ ଲେଖିଛନ୍ତି, ଏହା ପ୍ରଭାସଙ୍କ ଫ୍ୟାନଙ୍କ ପରିପକ୍ବତା । ମୁଁ ଡ୍ରାଲିଂ କଥା କହୁନାହିଁ । ତାଙ୍କ ଫ୍ୟାନଙ୍କ କଥା କହୁଛି । ଆପଣମାନଙ୍କୁ ଏମିତି କରିବାର ନଥିଲା । ଦୟାକରି ବଡ଼ଙ୍କ ପରି ବ୍ୟବହାର କରନ୍ତୁ । ଏହା ଆପଣଙ୍କ ଘର ନୁହେଁ, ଏହା ବହୁତ ଖରାପ କଥା । ଆପଣ ପ୍ରଭାସଙ୍କର ବି ନାଁ ଖରାପ କରୁଛନ୍ତି । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ଏହା କି ପ୍ରକାର ବ୍ୟବହାର । ଯଦି ନିଆଁ ବଢ଼ି ଯାଇଥାନ୍ତା ତେବେ ବଡ଼ ଅଘଟଣ ବି ଘଟିବାର ଆଶଙ୍କା ଥିଲା ।

ସୂଚନାଯୋଗ୍ୟ, ଫିଲ୍ମର ସ୍କ୍ରିନିଂ ବେଳେ କିଛି ପ୍ରଶଂସକ ରଙ୍ଗୀନ କାଗଜରେ ନିଆଁ ଲଗାଇ  ଆଳତି କରିଥିଲେ । ତେବେ ନିଆଁଟି ପରଦା ପାଖରେ ପଡିଥିବା କାଗଜ ଖଣ୍ଡ ଉପରେ ଲାଗିଯାଇଥିଲା । ପରେ ହଲ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ନିଆଁ ଲିଭା ଯନ୍ତ୍ରରେ ଏହାକୁ ଆୟତ୍ତ କରିଥିଲେ ।

Latest Posts

Don't Miss