‘ଆଦିପୁରୁଷ’ ଠାରୁ ଆରମ୍ଭ କରି ‘ରାଧେ ଶ୍ୟାମ’ ପର୍ଯ୍ୟନ୍ତ, ପ୍ରଭାସଙ୍କ ଉପରେ ଲାଗିଛି ୧୦୦୦ କୋଟି ଟଙ୍କା

ମୁମ୍ବାଇ: ଅଭିନେତା ପ୍ରଭାସ ଚଳଚିତ୍ର ଜଗତର ବାହୁବଳୀ ନାମରେ ଖୁବ ଜଣାଶୁଣା । ପ୍ରଭାସ ସାଉଥ ଇଣ୍ଡଷ୍ଟରିର ସବୁଠୁ ବିଜି ଏବଂ ଚର୍ଚ୍ଚିତ ଅଭିନେତା ଅଟନ୍ତି । ଫିଲ୍ମ ପ୍ରୋଜେକ୍ଟର କଥା କହିବାକୁ ଗଲେ, ପ୍ରଭାସଙ୍କ ପାଖରେ ଏବେ ବହୁ ବଡ଼ ବଡ଼ ପ୍ରୋଜେକ୍ଟ ରହିଛି । ବର୍ତ୍ତମାନ ପ୍ରଭାସ ଆଦିପୁରୁଷ, ରାଧେ ଶ୍ୟାମ ଏବଂ ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ସାଇନ୍ସ ଫିକସନ ଫୁଲ୍ମରେ କାମ କରୁଛନ୍ତି । ସୂଚନା ଅନୁଯାୟୀ ଏସବୁ ପ୍ରୋଜେକ୍ଟର ଦାମ ୧୦୦୦ କୋଟି ଟଙ୍କାରୁ ମଧ୍ୟ ଅଧିକ ରହିଛି । ଆଜ୍ଞା ହଁ କେବଳ ପ୍ରଭାସଙ୍କ ଉପରେ ଇଣ୍ଡଷ୍ଟ୍ରିର ୧୦୦୦ କୋଟି ଟଙ୍କା ଦାଉ ଲାଗିଛି ।

ରାଧେ ଶ୍ୟାମରେ ପ୍ରଭାସ ଅଭିନେତ୍ରୀ ପୂଜା ହେଗଡେଙ୍କ ସହ ନଜର ଆସିବେ । ଏହା ଏକ ପିରିୟଡ ଡ୍ରାମା ଏବଂ ରୋମାନ୍ସ ଫିଲ୍ମ ଅଟେ ଯାହାର ବଜେଟ ରହିଛି ୨୫୦ କୋଟି ଟଙ୍କା । ଫୁଲ୍ମର ପୋଷ୍ଟରକୁ ନିକଟରେ ରିଲିଜ କରାଯାଇଛି, ଯାହାକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି । ରାଧେ ଶ୍ୟାମର ନିର୍ଦ୍ଦେଶନା ଦେଇଛନ୍ତି ରାଧା କୃଷ୍ଣା କୁାମର ।

 

ପ୍ରଭାସଙ୍କ ଦ୍ୱିତାୟ ଫିଲ୍ମ ଆଦିପୁରୁଷ ଏକ ବଡ଼ ପ୍ରୋଜେକ୍ଟ ଅଟେ । ନିର୍ଦ୍ଦେଶକ ଓମ ରାଉତ ଏହି ଫିଲ୍ମଟିକୁ ରାମାୟଣର ମହାଗାଥା ଉପରେ ନିର୍ମାଣ କରୁଛନ୍ତି । ସୂଚନା ଅନୁଯାୟୀ ପ୍ରଭାସ ଫିଲ୍ମରେ ରାମ ଏବଂ ସୈଫ ଅଲ୍ଲୀ ଖାନ ଏଥିରେ ରାବଣ ଭୂମିକାରେ ନଜର ଆସିପାରିନ୍ତି । ସୂଚନା ମୁତାବକ ଏହି ଫିଲ୍ମର ବଜେଟ ୪୫୦ କୋଟି ଟଙ୍କା ଅଟେ । ଏହି ଫିଲ୍ମ ୨୦୨୨ ମସିହା ଅଗଷ୍ଟ ୧୧ ତାରିଖ ଦିନ ରିଲି୍ଜ ହେବାକୁ ଯାଉଛି ।

ଅଭିନେତ୍ରା ଦୀପିକା ପାଦୁକୋନଙ୍କ ସହ ମଧ୍ୟ ପ୍ରଭାସ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ଅଶ୍ୱିନଙ୍କ ସାଇନ୍ସ ଫିକ୍ସନ ଫିଲ୍ମର ଟାଇଟଲ  ଏଯାଏଁ ସ୍ଥିର କରାଯାଇନାହିଁ । କିନ୍ତୁ ଏହାକୁ ନେଇ ଖୁବ ଚର୍ଚ୍ଚା ସୃଷ୍ଟି ହୋଇଛି । ଏହି ଫିଲ୍ମର ବଜେଟ ୩୦୦ କୋଟି ଟଙ୍କା ରହିଥିବବେଳେ ଏହା ଦୀପିକା ପାଦୁକୋନଙ୍କ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ ଫିଲ୍ମ ହେବାକୁ ଯାଉଛି ।

ବର୍ତ୍ତମାନ ପ୍ରଭାସ ରାଧେ ଶ୍ୟାମର ସୁଟିଂ କରୁଛନ୍ତି । ଏଥିରେ ପ୍ରଭାସ ଜଣେ ହାତ ପଢ଼ିପାରୁଥିବା ଜ୍ୟୋତିଷଙ୍କ ଭୂମିକାରେ ନଜର ଆସିବେ ଏବଂ ଅଭିନେତ୍ରୀ ପୂଜା ହେଗଡେ ଜଣେ ମ୍ୟୁଜିକ ଟିଚର ଚରିତ୍ରରେ ନଜର ଆସିବେ । ରାଧେ ଶ୍ୟାମ ହିନ୍ଦୀ, ତାମିଲ ଏବଂ ମଲୟାଲମ ଭାଷାରେ ରିଲିଜ ହେବାକୁ ଯାଉଛି ।

Leave a Reply