ପ୍ରଦୀପ ପାଣିଗ୍ରାହୀଙ୍କୁ ରାଜକୀୟ ସେବା ମିଳୁଥିବା ନେଇ ଚର୍ଚ୍ଚା: ଜବାବ ରଖିଲେ ଜେଲ କର୍ତ୍ତୃପକ୍ଷ

1 min read

ଭୁବନେଶ୍ୱର: ଜେଲ୍‌ରେ ପ୍ରଦୀପ ପାଣିଗ୍ରାହୀଙ୍କୁ ରାଜକୀୟ ସେବା ମିଳୁଥିବା ନେଇ ଚର୍ଚ୍ଚା । ଜେଲରେ ବି ଅୟସ । ଜେଲ ଖାଦ୍ୟ ରୁଚୁନି, ବାହାରୁ ଖାଦ୍ୟ ମଗାଉଛନ୍ତି । ଜେଲ୍‌ରେ ପ୍ରଦୀପ କିଭିଳି ଭଲରେ ରହିବେ ଓ ଖାଇବେ, ଏଥିରେ ଜେଲ୍‌ କର୍ତ୍ତୃପକ୍ଷ ସହଯୋଗ କରୁଥିବା ଅଭିଯୋଗ ହୋଇଛି । ତେବେ ନିୟମ ଅନୁସାରେ ଯାହା କରାଯିବା କଥା ତାହା ହେଉଥିବା ଜେଲ କର୍ତ୍ତୃପକ୍ଷ କହିଛନ୍ତି । ସେପଟେ ଆଜି ଝାରପଡ଼ା ଜେଲ୍‌ରେ ଅଭୟ-ଆକାଶ ଓ ପ୍ରଦୀପଙ୍କ ଭେଟ ହୋଇଥିବା ଚର୍ଚ୍ଚା ହେଉଛି ।

ଭୁବନେଶ୍ବର ଝାରପଡ଼ା ଜେଲ୍‌ରେ ପ୍ରଦୀପ ପାଣିଗ୍ରାହୀଙ୍କୁ ରାଜକୀୟ ସେବା । ଜେଲ୍‌ ମାନୁଆଲ, ଜେଲ କର୍ତ୍ତୃପକ୍ଷ ଓ ପ୍ରଦୀପଙ୍କୁ ନେଇ ଚର୍ଚ୍ଚା । ଜେଲ୍‌ରେ ଜାଲି ବିଧାୟକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନେଇ ଚର୍ଚ୍ଚା ହେଉଛି । ପ୍ରଦୀପଙ୍କୁ ଜେଲ୍‌ ଖାଦ୍ୟ ଋଚୁନାହିଁ । ବାହାରୁ ଖାଦ୍ୟ ମଗାଉଥିବା ସୂଚନା ମିଳିଛି । ପ୍ରଦୀପ ଜେଲ୍‌ରେ ଭଲରେ ରହିବା ଓ ଖାଇବାରେ ଜେଲର୍‌ ସହଯୋଗ କରୁଥିବା ଅଭିଯୋଗ ଆସିଛି। ଏହି ବାବୁ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଜେଲ୍‌ରେ ଜେଲର୍‌ ଥିଲେ । ତେଣୁ ପ୍ରଦୀପଙ୍କୁ ସବୁ ପ୍ରକାର ସାହଯ୍ୟ କରୁଥିବା ଅଭିଯୋଗ ହୋଇଛି ।

କିନ୍ତୁ ଜେଲ୍‌ କର୍ତ୍ତୃପକ୍ଷ ମୁହଁଟାଣରେ କହୁଛନ୍ତି, ଜେଲ ମାନୁଆଲ ଅନୁଯାୟୀ ଅନ୍ୟ କଏଦୀଙ୍କ ପାଇଁ ଯାହା, ପ୍ରଦୀପଙ୍କ ପାଇଁ ତାହା ହିଁ କରାଯାଉଛି । ସେପଟେ ଭିଜିଲାନ୍‌ସ ଏସ୍‌ଆଇଟିର ୩ ଦିନିଆ ରିମାଣ୍ଡ ପରେ  ଅଭୟକାନ୍ତ ଓ ଆକାଶ ପାଠକ ଝାରପଡ଼ା ଜେଲ୍‌କୁ ଫେରିଛନ୍ତି । ଜେଲ୍‌ରେ ପ୍ରଦୀପ, ଅଭୟ ଓ ଆକାଶଙ୍କ ମଧ୍ୟରେ ଭେଟ ହୋଇଛି  । ପରସ୍ପରୁ ଦେଖି ଭାବ ବିହ୍ବଳ ହୋଇପଡ଼ିଥିବା କୁହାଯାଉଛି । କାହିଁକି ନା ଷ୍ଟାର ହୋଟେଲ ଓ ରାଜକୀୟ ଠାଣି କଥା ଏବେ ମନେ ପଡୁଥିବ । ଆକାଶ ସଂଗରୋଧ କେନ୍ଦ୍ର-୯, ଅଭୟକାନ୍ତ ୱାର୍ଡ ନମ୍ବର- ୧୧ ଓ ପ୍ରଦୀପ ପାଣିଗ୍ରାହୀ ୧୪ ନମ୍ବର ୱାର୍ଡରେ ଅଛନ୍ତି  । ରାତିରେ ଶୋଇବା ପାଇଁ ଦୁଇଟି କମ୍ବଳ, ଖାଇବା ପାଇଁ ଗୋଟିଏ ପ୍ଳେଟ୍‌ ଓ ୨ଟି ଗିନା ମିଳିଛି । ଆଜିର ଖାଦ୍ୟ ମେନୁ ଥିଲା ଭାତ, ରୁଟି, ଡାଲି, ତରକାରୀ ଓ ସନ୍ତୁଳା । କିନ୍ତୁ ଗତକାଲି ଭଳି ଆଜି ମଧ୍ୟ ପ୍ରଦୀପ ବାହାରୁ ଖାଦ୍ୟ ନେବା ପାଇଁ ଉଦ୍ୟମ ହୋଇଥିବା ସୂଚନା ମିଳିଛି ।

Leave a Reply